୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୂର୍ବାହ୍ନରେ ସଦଭାବନା ସଭା ଗୃହ ଠାରେ ଗୁଡ଼ ଗଭର୍ଣ୍ଣାନ୍ସ ବା ସୁଶାସନ ସପ୍ତାହ ଓ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେମିତି ଲୋକ ମାନଙ୍କ ନିକଟରେ ସହଜ ରେ ଉପଲବ୍ଧ ହେବ ଓ ଲୋକ ମାନଙ୍କ ମୌଳିକ ଆବଶ୍ୟକତା, ସମସ୍ୟା ଓ ତାହାର ସମାଧାନ କ୍ଷେତ୍ରରେ ବିଭାଗ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱ ବୋଧର ସହ କାର୍ଯ୍ୟ କରିବେ ତାହା ହିଁ ସୁଶାସନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।ସେଥିପାଇଁ ଅଭିଯୋଗ ଶୁଣାଣି କୁ ଗୁରୁତ୍ୱ ଦିଆଯାଇ ସକ୍ରିୟ କରାଯାଉଛି ବୋଲି ସେ ମତ ଦେବା ସହ ଜନ ସାଧାରଣ ଯେତେ ସଚେତନ ହେବେ ସେମାନଙ୍କ ସମସ୍ୟା ସମାଧାନ ସେତେ ସହଜ ହୋଇ ପାରିବ ବୋଲି କହିଥିଲେ।

