୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ମୋଟ 48ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା 39ଟି, ଗୋଷ୍ଟୀଗତ ସମସ୍ୟା 9ଟି, ବ୍ୟକ୍ତିଗତ ମଧ୍ୟରୁ ରେସନ କାର୍ଡ ପାଇଁ 1ଟି, ଆବାସ ଯୋଜନା ପାଇଁ 5ଟି, ଜମିଜମା ପାଇଁ 14ଟି, ଭତ୍ତା ପାଇଁ 2ଟି, ପୋଲିସ ସହାୟତା ପାଇଁ 3ଟି, ଓ ଅନାନ୍ୟ 12ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l

