Home ଓଡ଼ିଶା ଫାଇନାଲରେ ଭଏସ୍ ଅଫ୍ ନୟାଗଡ଼ ହେଲେ : ଯୁବ କଣ୍ଠଶିଳ୍ପୀ ବିଷ୍ଣୁ ପ୍ରିୟା ବେହେରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭଏସ୍ ଅଫ୍ ନୟାଗଡ଼ ୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼ । ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମାନ୍ଯବର ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ । ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର,ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ ଓ ଆଲୋକ ଦେବ ଯୋଗଦେଇ ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ଯରୁ ୦୩ ଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ବିଷ୍ଣୁ ପ୍ରିୟା ବେହେରା ଚମ୍ପିୟାନ ତଥା “ଭଏସ୍ ଅଫ୍ ନୟାଗଡ଼ ” ହୋଇଥିବା ବେଳେ ରୁଦ୍ରାଂଶୀ ଆଚାର୍ଯ୍ୟ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ଓମକାର ମହାପାତ୍ର । ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ ,ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ଯକ୍ରମର ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସଦସ୍ୟ ଅରୁଣ କୁମାର ମହାନ୍ତି , ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମିହିର ରଂଜନ ନାୟକ, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ,ଲକ୍ଷ୍ମୀନାରାୟଣ ରଥ, ଅବିନାଶ ସାହୁ, ସୁବାସ ଚନ୍ଦ୍ର କଅଁର,ପ୍ରସନ୍ନ କୁମାର ବସନ୍ତିଆ,ପ୍ରଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ସାହୁ ଉପସ୍ଥିତ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ଯକ୍ରମ କୁ ସଂଯୋଜନା କରିଥିଲେ ଗୋପୀନାଥ ସେଠୀ । ଏହି ଫାଇନାଲ ପ୍ରତିଯୋଗିତାରେ ୧୦ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ । ପ୍ରତିଯୋଗୀମାନେ ଓଡିଆ ସିନେମା ସଂଗୀତ ଆଦି ଗାଇଥିଲେ । ବାଦ୍ଯୟନ୍ତ୍ର ରେ ସହଯୋଗ କରିଥିଲେ ସଂଗୀତ ନିର୍ଦ୍ଦେଶକ ପୀତବାସ ଖଟେଇ, କାର୍ତ୍ତିକ ଚନ୍ଦ୍ର ସାଥୁଆ ଓ କାର୍ତ୍ତିକ ଭଞ । ନୟାଗଡ଼ ର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026