Home ଓଡ଼ିଶା ସାମ୍ବାଦିକମାନଙ୍କୁ ତାଙ୍କ ଅଧିକାର ଦିଆଯାଉ : ସପ୍ତଗିର ଉଲ୍ଲାକା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ ୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା :-> ସାମ୍ବାଦିକମାନେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ବ ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଉ । ସମ୍ବାଦ ସଂଗ୍ରହ କରିବା ତାଙ୍କର କାମ ହେଲେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ବାରଣ କରାଯାଉଛି. ଏହା କରାଯିବା ଉଚିତ ନୁହେଁ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି । ରବିବାର ରାୟଗଡା ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ଆୟୋଜିତ ଓଡିଶା ପତ୍ରକାର ସଙ୍ଘର 15ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଉଲ୍ଲାକା କହିଥିଲେ ଯେ, ସାମ୍ବାଦିକ ମାନଙ୍କ ପାଇଁ ମୁଁ ସଂସଦରେ ସ୍ୱର ଉତ୍ତାଳନ କରିଛି. ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛି ସାମ୍ବାଦିକଙ୍କ ଦାବିକୁ ଯଥାର୍ଥମନେ କରି ପୂରଣ କରନ୍ତୁ. ସାମ୍ବାଦିକଙ୍କ ହକ ପାଇଁ ଆମଦଳର ବିଧାୟକ ମଧ୍ୟ ସ୍ୱର ଉତ୍ତଳନ କରୁଛନ୍ତି, ଆଗକୁ ମଧ୍ୟ ସ୍ୱର ଉତୋଳନ କରିବେ । ସମ୍ମାନିତ ଅତିଥିଭାବେ ରାୟଗଡା ବିଧାୟକ କାଡ୍ରାକା ଆପାଲସ୍ୱାମୀ ଯୋଗଦେଇ କହିଥିଲେ ମୁଁ ସାମ୍ବାଦିକଙ୍କ ସହ ରହିଛି, ବିଧାନସଭାରେ ସାମ୍ବାଦିକଙ୍କ ହକପାଇଁ ସ୍ୱର ଉତୋଳନ କରିଛି ଆଗକୁ ମଧ୍ୟ କରିବି ବୋଲି ମଦେଇଥିଲେ । ଏଥିସହିତ ରାୟଗଡାର ବିକାଶ ପାଇଁ ଜିଲ୍ଲାର ସାମ୍ବାଦିକମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ବିଷମ କଟକ ବିଧାୟକ ନୀଳମାଧଵ ହିକକା ଯୋଗଦେଇ ମଧ୍ୟ ସାମ୍ବାଦିକଙ୍କ ହିତ ପାଇଁ ତାଙ୍କ ସଂଗ୍ରାମ ଜାରିରହିବ ବୋଲି କହିଥିଲେ । ସଂଘର ରାଜ୍ୟ ଉପସଭାପତି ହରପ୍ରସାଦ ଦାସଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା କାର୍ଯ୍ୟକ୍ରମ ସଂଚାଳନ କରିବାସହ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ସଭାରେ ଅତିଥିଭାବେ ରାୟଗଡା ପୌରପରିଷଦର ଅଧକ୍ଷ୍ୟ ମହେଶ କୁମାର ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପଡି ୱାଟର ସେଡ ଡ଼. ଦୟାନିଧି ବାଗ, ରାୟଗଡା ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପାତ୍ର, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ମୁଁହରେ ହସ ଅନ୍ତରରେ ଦୁଃଖ, ତା ସତ୍ୱେ ସେମାନେ ସମାଜର ଉନ୍ନତି ଓ ସଂସ୍କାର ପାଇଁ କାର୍ଯ୍ୟ କରିଥାନ୍ତି । ତେବେ ସାମ୍ବାଦମାନେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ର ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଙ୍ଘ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ସମ୍ପାଦକଭାବେ ଦୈନିକ ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ସଙ୍ଘ ରାଜ୍ୟ ଉପସଭାପତି ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026