୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଜିଲ୍ଲାପାଳ କୁ ଦାବି ପତ୍ର ଦେଲେ ଦଳିତ ସଂଘ ନେତା ରାଜେନ୍ଦ୍ର ପ୍ରସାଦ ଜେନା l ହଁ ଆଜ୍ଞା ଦିନକୁ ଦିନ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ମାନଙ୍କ ମିଛ ଭାଷଣ l ସଂସଦ ଭବନ ହଉଛି ଗୋଟିଏ ପବିତ୍ର ସ୍ଥାନ ସେହି ପବିତ୍ର ଭବନରେ ସମ୍ବିଧାନର ପ୍ରଣେତା ଡଃ. ବାବା ସାହେବ ଆମ୍ବେଦକର ପ୍ରତି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଦେଇଥିବା କଟାକ୍ଷ ମନ୍ତବ୍ୟ ବିରୋଧରେ ଭଦ୍ରକ ଦଳିତ ମହାସଂଘ ତାଙ୍କର ଇସ୍ତଫା ଦାବି କରିଛି । ଅମିତ୍ ଶାହା ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ସହିତ ସଂସଦ ଭବନରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।

