ଯକ୍ଷ୍ମା ନିରାକରଣ ସମ୍ପର୍କରେ ଡାକ୍ତରମାନଙ୍କୁ ତାଲିମ

୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଯକ୍ଷ୍ମା ରୋଗର ନିରାକରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ସମାଜରେ କିପରି ସବୁଠାରୁ ଅର୍ଥନୈତକ ଅନଗ୍ରସର ବର୍ଗକୁ ଯକ୍ଷ୍ମାରୋଗ ପ୍ରଭାବିତ କରିଥାଏ; ଯାହା ଜୀବନ, ଆୟ ଏବଂ କାର୍ଯ୍ୟଦିବସ ଉପରେ ସିଧା ପ୍ରଭାବ ପକାଇ ପରିବାରର ମେରୁଦଣ୍ଡକୁ ଦୋହଲାଇ ଦିଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।.

ତାଲିମଦାତାଭାବେ ଡାକ୍ତର ସତ୍ୟପ୍ରକାଶ ସାହୁ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୁଦ୍ର ଜେନା ଯୋଗଦେଇ ଯକ୍ଷ୍ମା ରୋଗର ଲକ୍ଷଣ, ତାହାର ଚିନ୍ନଟିକରଣ ଓ ଚିକିତ୍ସା ବିଷୟରେ ବୁଝାଇ ଥିଲେ । ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ସମାପ୍ତି ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଉଦେଶ୍ୟରେ ଆମେ ଏକ ଉଚ୍ଚାଭିଳାଷୀ ଜାତୀୟ କୌଶଳ ଯୋଜନା କାର୍ଯ୍ୟକାରୀ କରୁଛୁ ଯେଉଁଥିରେ କି ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରୁ ସୂଚିତ ସମସ୍ତ ଟିବି ରୋଗୀଙ୍କୁ ମାଗଣା ନିଦାନ,

 

ମାଗଣା ଔଷଧ ଏବଂ ରୋଗୀର ପୃଷ୍ଟିକର ଖାଦ୍ୟ ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉ କି ଜିଲ୍ଲାର ଆବଶ୍ୟକତାକୁ ଆଖି ଆଗରେ ରଖି ଓ ସମନ୍ୱୟ ବ୍ୟବଧାନ ବିଶ୍ଳେଷଣ ଉପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା । ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ଦିଲୀପ ପ୍ରଧାନ, ଦୀପକ ଦଳବେହେରା, ଆଶୁତୋଷ ସାମନ୍ତସିଂହାର ପ୍ରମୁଖ ସହଯୋଗ କରିଥିଲେ ।

Exit mobile version