୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପାଣି ପଂଚାୟତ ରଥର ଶୁଭ ଉଦ୍ଘାଟନ କରାଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଥକୁ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଉପସ୍ଥିତି ଥିଲେ। ତାପରେ ମାଟିବନ୍ଧ, ଉପ ବିଭାଜନ- ୩ କାର୍ଯ୍ୟାଳୟ ଠାରେ ମାଟିବନ୍ଧ ବିଭାଜନ ଚିତ୍ରକୋଣ୍ଡା ଦ୍ଵାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଥିଲା। ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ପୀତବାସ ସେଠୀ ଏହି ସଭାଟିକୁ ଉଦ୍ଘାଟନ କରି ପାଣି ପଂଚାୟତର ପରିଚୟ ଓ ପାଣି ପଞ୍ଚାୟତ ସଭ୍ୟ ଓ ସଭ୍ୟା ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।
