୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମ ରେ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ମା ବାଗଦେବୀ କ୍ରିକେଟ୍ କ୍ଲବ୍ , ଖାଲମଡା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ବୁଧବାର ଦିନ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଗଣିଆ,କୁମ୍ଭାରପଡ଼ା, ମଧ୍ୟଖଣ୍ଡ,ଦଶପଲ୍ଲା ଗଡ ରାଜେଶ୍ଵରି, ପାଟପୁର ପାଟଣା,ଜଗନ୍ନାଥ ପ୍ରସାଦ, ସିକ୍ରିଡା,ନୂଆଗାଁ, ମହିପୁର ପାଟୁଳିସାହି, ଡି ସି ସି, ସିନ୍ଦୂରିଆ, ଗବନଳ,ଗୋଡିସାହି, ମଧୁପୁର, ଷ୍ଟାର କ୍ରିକେଟ୍ କ୍ଲବ୍ ଲେଙ୍କୁଡ଼ି ପଡ଼ା ଆଦି ୧୬ ଟି ଟିମ୍ କୁ ନେଇ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।
