ଲଘୁଚାପ ବର୍ଷା ହେଲା କାଳ। ଚାଷୀ ମୁଣ୍ଡରେ ପଡିଲା ଚଡକ : ପାଣିରୁ ଛାଣୁଛି ଧାନ

୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ଅମଳ ବେଳକୁ  ଚାଷୀ ଉପରେ ପଡିଲା ଚଡ଼କ। ଲଘୁଚାପ ବର୍ଷାରେ ଧୋଇଗଲା ବର୍ଷକର ଶ୍ରମ । ମୁଣ୍ଡ ଝାଳ କୁ ତୁଣ୍ଡରେ ମାରି   ଖଟିଥିଲା  କ୍ଷେତରେ , ହାତ ଉଧାର ଠୁ  ସମବାୟ ସମିତି ପର୍ଯ୍ୟନ୍ତ କରିଥିଲା ଋଣ  ଭାବିଥିଲା ଧାନ ଅମଳ ହେଵ ଦୁଇ ପଇସା ପାଇବ । ହେଲେ  ଅମଳ ବେଳକୁ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ  ଅମଳ ଧାନ କୁ ଆଣ୍ଠୁଏ ପାଣିରୁ ଛାଣୁଛି ଚାଷୀ।କାଳେ କିଛି ଅମଳ ପାଇବ,ବର୍ଷ ଯାକ ପରିବାର ପ୍ରତିପୋଷଣ କରି ନିଜର ପରିବାର ଚଳାଇବ ।

ଏଭଳି ଦୃଶ୍ୟ ଦେଖିବାକୁ ମିଲିଛି  ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ଓ ଚିଲିକା ବ୍ଲକରେ । ଲଗାଣ ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ । ଚାଷୀ କ୍ଷେତରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହିଛି । ସେହି ବର୍ଷା ଜଳରୁ ନିଜ ପରିଶ୍ରମ କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରୀ ରଖିଛି।ହେଲେ ସରକାର FAQ ମାନର ଧାନ ମଣ୍ଡିରେ କିଣିବା କହିଥିବାରୁ    ତାକୁ ଚିନ୍ତା ଘାରିଛି ।

ଭୋଭୋ ହୋଇ କାନ୍ଦୁଚି ଚାଷୀ।ଗୁହାରୀ କରିଛି ସରକାର ଙ୍କୁ.. ଗ୍ରାଉଣ୍ଡ ଜିରୋ କୁ ସରକାର ଆସନ୍ତୁ ତଦନ୍ତ କରି ଆମର ଦୁଃଖ ଦୂର କରନ୍ତୁ. ନଚେତ କ୍ୟାମେରା ଜୀବନ ହରିଦେବୁ ବୋଲି କହିଛି ଚାଷୀ।ଟାଙ୍ଗୀ ବ୍ଲକର 26 ଓ ଚିଲିକା ବ୍ଲକର, ୧୭ ପଂଚାୟତ ର ହଜାର ହଜାର ଚାଷ ଜମି ଏବେ ପାଣି ଘେରରେ ରହିଛି।ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।

Exit mobile version