୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁର ସ୍ଥିତ ନନ୍ଦ କିଶୋର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ସାହିତ୍ୟ ଏକାଡେମୀ, ମାହାଙ୍ଗା ବିକାଶ ପରିଷଦ ଓ ନନ୍ଦ କିଶୋର ବିଦ୍ୟା ମନ୍ଦିରର ମିଳିତ ସହଯୋଗରେ ପଲ୍ଲୀ କବି ନନ୍ଦ କିଶୋର ବଳଙ୍କ ୧୪୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ପ୍ରାରମ୍ଭରେ ନନ୍ଦ କିଶୋର ବଳଙ୍କ ପ୍ରତିମୃତିଓଫଟୋ ଚିତ୍ରରେ ମୁଖ୍ୟ ଅତିଥି ଓ ଅନ୍ୟ ଉପସ୍ଥିତ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ l ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରା ଯାଇଥିଲା l ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉଦଘାଟନ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ l
