Home ଓଡ଼ିଶା ଦୁର୍ଗମ ବଣ୍ଡା ଘାଟିରେ ପଟ୍ଟା ବଣ୍ଟନ ସହ ସ୍ଥିତି ପରଖିଲେ ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା,ବଡଡୁରାଲ,ଅଣ୍ଡରାହାଲ, ମାଡକାପଦର ଭଳି ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟ ର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପୂର୍ବତନ ବିଧାୟିକ ଡମ୍ବରୁ ସୀସା, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ଆଜିର ସଭାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ଆଜିର ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଈଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖିତ ଅନୁଭବ କରି କହିଥିଲେ ଯେ ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ମଞ୍ଚରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ତତ୍ ସହିତ ଘୋଷଣା କରିଥିଲେ ଯେ ଏହି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦୦୦୦/- ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇବା, ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡ ର ବିକାଶ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ । ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଓ ଆଭୂଷଣ ଅଳଙ୍କାରର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସ୍ଥାୟୀ ସ°ଗ୍ରହାଳୟ ସ୍ଥାପନ, ପିଇବା ପାଣି ସମସ୍ୟା ର ସମାଧାନ ନିମନ୍ତେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ପାନୀୟ ଜଳର ସୁବିଧା, ଜନଜାତି ବସବାସ କରୁଥିବା ଅଞ୍ଚଳରେ ଭାଷାଗତ ଶିକ୍ଷକ ନିଯୁକ୍ତି ଓ ବିଡ଼ିଏ ଜରିଆରେ ମୁଦୂଲୀପଡା ଠାରେ ଏକ ସାପ୍ତାହିକ ହାଟର ସ୍ଥାପନା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ କୁଡୁମୁଲୁଗୁମ୍ମା ଅଞ୍ଚଳର ଯୂବ ସମାଜସେବୀ ଲଳିତ ରାଉତଙ୍କ ନେତୃତ୍ବରେ ଏକ ଟିମ୍ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଡୁମୁଲୁଗୁମ୍ମା ବ୍ଲକ୍ ଅଫିସ୍ କୁ ପୁନଃସ୍ଥାପନ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ, ଯାହାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସହ୍ର୍ସସେ ସ୍ୱୀକାର କରି ନିଶ୍ଚିତ ଭାବେ ଏହାକୁ ସମୀକ୍ଷା କରିବେ ବୋଲି କହିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026