୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଦ୍ମପୁର :-> ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ସ୍ୱର୍ଗତ ଲଲିତ ମୋହନ ପାଣୀଙ୍କ ଶୁକ୍ରବାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ସ୍ୱର୍ଗତ ଶ୍ରୀ ପାଣୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା। ସ୍ୱର୍ଗତ ପାଣୀ ଜଣେ ପରୋପକାରୀ,ଭୁଦାନ ସଂଗ୍ରାମ,ଗାଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଡ଼ିତ ରହି ଜଗନ୍ନାଥ ମନ୍ଦିର ନିର୍ମାଣ ରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ଜଣେ ସମାଜସେବୀ ଭାବରେ ଅଞ୍ଚଳରେ ବେଶ ଜଣା ଶୁଣାଥିଲେ। ସେ ମାନବ ସେବା ହିଁ ମାଧବ ସେବାରେ ଜୀବନ ବ୍ୟାପି ବ୍ରତ ରହି ଗରିବ ରୋଗୀ ମାନଙ୍କୁ ନିଜ ଖର୍ଚ୍ଚରେ ଔଷଧ ପତ୍ର ଯୋଗାଇ ଦେବ ଥିବା ବେଳେ ଶିକ୍ଷା ପ୍ରତି ଗୁରୁତ୍ବ
