୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କୃଷି ଓ କୃଷକ ପ୍ରସସ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବାଙ୍କୀ ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଆଜି ଉଦ୍ଯାପିତ ହୋଇଛି । ଏହି ମେଳା ୧୮ତାରିଖ ଠାରୁ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ଉଦ୍ଯାପନୀ ଦିବସରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି, ବାଙ୍କୀ ନଗରପାଳ ମାଣିକ ସାହୁ ସମ୍ମାନିତ ଅତିଥି, ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ୍କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ, ବିତରଣ ଓ କୃଷି ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
