୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଠାରେ ବାଙ୍କୀ ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବାଙ୍କୀ ବ୍ଳକ ବିଡିଓ ଅଂଶୁମାନ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ବାଙ୍କୀ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ବଳ, ବାଙ୍କୀ ବ୍ଲକ ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା, ବ୍ଲକ ପଂଚାୟତ ସଂପ୍ରସାରଣ ଅଧିକାରୀ ଅଶୋକ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ବ୍ଲକର ୨୦ଗୋଟି ପଞ୍ଚାୟତର ମୋଟ ୪୮୭ଜଣ ଭିନ୍ନକ୍ଷମ ନାମ ପଞ୍ଚିିକରଣ କରିଥିଲେ । ମୁଖ୍ୟତଃ ଗଳା, କର୍ଣ୍ଣ ଓ ନାସା ବିଭାଗରେ ୫୪ଜଣ, ଅସ୍ତିଶଲ୍ୟ ବିଭାଗରେ ୨୨୦, ଚକ୍ଷୁ ବିଭାଗରେ ୫୯, ମାନସୀକ ବିକୃତ ବିଭାଗରେ ୧୫୯ଜଣ, ୧୭ଜଣଙ୍କୁ ବସ୍ପାସ୍, ୫ଜଣଙ୍କୁ ରେସନ୍କାର୍ଡ ଓ ୪ଜଣଙ୍କୁ ୩ଚକିଆ ଯାନ ପ୍ରଦାନ କରାଯାଇଥିଲା । ବାଙ୍କୀ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଙ୍କୀ ବ୍ଳକ ପଂଚାୟତ ଅଧିକାରୀ ଅକ୍ଷୟ କୁମାର ସାମଲ ଓ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।
