ବାଙ୍କୀ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ

୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନଗେନ କୁମାର ପଣ୍ଡାଙ୍କ ୬୨ବର୍ଷ ବୟସରେ ଆଜି ତାଙ୍କ ବାସଗୃହ ଏନ୍‌.ଏ.ସି ଅନ୍ତର୍ଗତ ବେଦପୁର ଗ୍ରାମ ଠାରେ ପରଲୋକ ଘଟିଛି । ସ୍ୱର୍ଗତ ପଣ୍ଡା କିଛି ଦିନ ହେବ ଅସୁସ୍ଥ ଥିଲେ ।

ତାଙ୍କ ପରଲୋକରେ କଲେଜ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି, ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସରୋଜ କୁମାର ସାହୁ, ଡକ୍ଟର ପ୍ରମୋଦ କୁମାର ସାହୁ, ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ବୃନ୍ଦାବନ ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞପନ କରିଛନ୍ତି ।

Exit mobile version