୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା -> ସ୍ଥାନୀୟ ଶରତ ଚନ୍ଦ୍ର ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଭାଷା ତାଲିମ ଅନୁଷ୍ଠାନ, ଓଡିଶା ଓ ସମଗ୍ର ଶିକ୍ଷା, ମୟୁରଭଞ୍ଜ ଆନୁକୂଲ୍ୟରେ ଆୟୋଜିତ ୫ ଦିନିଆ ଇଂରାଜୀ ଭାଷା କଥନ ଶିବିର ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାର ୨୬ ଟି ବ୍ଲକରୁ ୪୦ ଜଣ ଶିଖକ / ଶିକ୍ଷୟତ୍ରୀ ଏହି ଶିବିରରେ ତାଲିମ ନେଇଛନ୍ତି I ରାଜ୍ୟ ଶିକ୍ଷକ ଭାଷା ତାଲିମ ଅନୁଷ୍ଠାନର ଜୟଚନ୍ଦ୍ର ବେହେରା ଶିବିରର ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଥିଲେ I
