୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ସହରରେ ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସମହୋତ୍ସବ ବହୁ ଧୁମ ଧାମ ରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମାଦିକୁନ୍ଦା ଛକରେ ଆଚାର୍ଯ୍ୟ ଅମିତ ନାୟକ ପ୍ରାର୍ଥନା କରି ମାଦିକୁନ୍ଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା । ଖ୍ରୀଷ୍ଟୀୟ ବିଶ୍ୱାସୀ ଭାଇ ଓ ଭଉଣୀ ମାନେ ଆନନ୍ଦ ଉଲ୍ହାସର ସହ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୃତି ଭବନକୁ ଆସିଥିଲେ। ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ ।

