୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜାତୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ୟୁ.ସି. ସହବନ୍ଧିତ ଅଖିଳ ଭାରତ ଗୃହ ଓ ନିର୍ମାଣଶ୍ରମିକ ଫେଡେରେସନ୍ ର ଜାତୀୟ ପରିଷଦ ବୈଠକ ୧୯-୨୧ ଡିସେମ୍ବର ୩ଦିନ ଧରି ପୁରୀର ୟୁଥ୍ ହଷ୍ଟେଲଠାରେ ଅନୁଷ୍ଠିତ ହେଉଅଛି । ୨୦ତାରିଖରେ ଏ.ଆଇ.ଟି.ୟୁ.ସି.ର ଲାଲ ପତାକାକୁ ଉତୋଳନ କରାଯିବାପରେ ଏକ ବର୍ଷାଜ୍ୟ ଶୋଭାଯାତ୍ରା ପୁରୀ ରେଳଷ୍ଟେସନରୁ ବାହାରି ସଂସ୍କୃତି ଭବନରେ ପହଂଚିଲା । ସଂସ୍କୃତିଭବନରେ ଶ୍ରମିକ ଶ୍ରେଣୀର ସମସ୍ୟା ଓ ଆମର ଦାୟୀତ୍ବ ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତହୋଇଥିଲା ।
ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ଏ.ଆଇ.ଟି.ୟୁ.ସି. ଓ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା କହିଲେ ମୋଦି ସରକାର ଶ୍ରମିକ ମାନଙ୍କ ବିରୁଦ୍ଧରେ କର୍ପୋରେଟ ସ୍ଵାର୍ଥରେ ଶ୍ରମଆଇନ୍ର ସଂଶୋଧନ କରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଶ୍ରମିକ ଶ୍ରେଣୀର ରକ୍ତ କ୍ଷୟୀ ଆନ୍ଦୋଳନ ରେ ତିଆରିଶ୍ରମ ଆଇନକୁ ଭାଙ୍ଗି ଶ୍ରମିକ ବିରୋଧ ୪ଟି ଶ୍ରମକୋର୍ଡରେ ପରିଣତ କରିଛନ୍ତି । ଫଳରେ ନିର୍ମାଣ ଓ ଅନ୍ୟଅସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ନିରାପତା ବିପନ୍ନ ହୋଇଛି । ଦେଶରେ ଗତ ପାଂଚ ଦଶନ୍ଧି ଭିତରେ ସବୁଠାରୁ ଅଧିକ ବେକାରୀ ଓ ଅର୍ଘ ବେକାରୀ ଦେଖା ଦେଇଥିବା ବେଳେ ସରକାର ନିଯୁକ୍ତି ସୃଷ୍ଟିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।
