Home ଓଡ଼ିଶା ବ୍ୟାପକ ଓ ଶାଣିତ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp *ଜାନୁଆରୀରେ ରାଜ୍ୟସ୍ତରୀୟ ଓ ଫେବୃଆରୀରେ ଦିଲ୍ଲୀରେ ଜାତୀୟ ମହାନଦୀ ଆଲୋଚନା ଚକ୍ର l *ଟ୍ରିପଲ ଇଞ୍ଜିନ ସରକାରକୁ ମହାନଦୀ ଜଳବିବାଦ ତୁରନ୍ତ ସମାଧାନ ପାଇଁ ଜଳ ପୁରୁଷ ରାଜେନ୍ଦ୍ର ସିଂଙ୍କ ଆହ୍ୱାନ l ୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି l ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି l ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ ଟ୍ରିବୁନlଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ l ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି l ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି l ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ ମାନବ ଡ, ରାଜେନ୍ଦ୍ର ସିଂହ ସାମ୍ୱାଦିକ ସମ୍ମିଳନୀ ରେ ଯୋଗ ଦେଇ କହିଲେ ଯେ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ଯଥା ଓଡ଼ିଶା ଓ ଛତିଶଗଡ଼ ରେ ସମାନ ବିଚାରଧାରା ଓ ଦଳର ସରକାର ଚାଲିଛି l ତେଣୁ ମହାନଦୀ ଜଳ ବିବାଦ ର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ର ରାସ୍ତା ଖୋଲିଛି l ଟ୍ରିପଲ ଇଞ୍ଜିନ ସରକାର ଏହାର ସୁଯୋଗ ନେଇ ଓଡ଼ିଶା ବାସୀ ଓ ମହାନଦୀ କୁ ନ୍ୟାୟ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି l ଦେଶର ଇତିହାସ କୁ ଦେଖିଲେ କୌଣସି ଜଳ ବିବାଦ ଟ୍ରିବୁନlଲ ନଦୀ ସମସ୍ୟା ର ସମାଧାନ ବାସ୍ତବରେ କରି ପାରିନାହିଁ l କାବେରୀ ନଦୀ ଜଳ ବିବାଦ ଟ୍ରିବୁନlଲ ଏହାର ଜ୍ୱଳନ୍ତ ଉଦାହରଣ l କାବେରୀ ରାସ୍ତାରେ ମହାନଦୀ ଜଳ ବିବାଦ କୁ ନନେବା ପାଇଁ ସେ ଓଡ଼ିଶା ସରକାର , ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ରାଜେନ୍ଦ୍ର ସିଂ ନିବେଦନ କରିଛନ୍ତି l ଓଡିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l ପ୍ରଥମେ ନିଜ ରାଜ୍ୟରେ ଏକ ନଦୀ ନୀତି ଆଣନ୍ତୁ l ରାଜ୍ୟ ଭିତରେ ମଧ୍ୟ ନଦୀର ସୁରକ୍ଷା ଓ ପ୍ରାକୃତିକ, ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ଦୃଢ ନିଷ୍ପତି ନିଅନ୍ତୁ l ନଦୀର ସୁରକ୍ଷା ପାଇଁ ତିନୋଟି ଜିନିଷ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ l ଅତିକ୍ରମଣ, ପ୍ରଦୂଷଣ ଓ ପ୍ରବାହମାନ ଉପରେ କୌଣସି ସାଲିସ କରାଯିବl ଅନୁଚିତ l ନଦୀର ଅବବାହିକା ବା ନଦୀର ଜମିର ଅତିକ୍ରମଣ ରୋକିବା ,ଜଳର ପ୍ରଦୂଷଣ ବନ୍ଦ ଏବଂ ବିଶେଷ କରି ନଦୀର ନିର୍ମଳ ନିରନ୍ତର ପ୍ରବାହକୁ ସୁରକ୍ଷା ପ୍ରଦାନ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସିଂ କହିଛନ୍ତି l ରାଷ୍ଟ୍ରୀୟ ସ୍ତରରେ ଏହା ଉପରେ ବିଚାର ବିମର୍ଷ କରିବା ପାଇଁ ସେ ଦିଲ୍ଲୀରେ ମହାନଦୀ ସୁରକ୍ଷା ଉପରେ ଏକ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାର ଦାୟିତ୍ଵ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ l ବର୍ତମାନ ଯେହେତୁ ପ୍ରୟାଗରାଜ ରେ ମହା କୁମ୍ଭ ମେଳା ଚାଲିଛି l ତେଣୁ ଗଙ୍ଗା ନଦୀ କୂଳରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ମହାନଦୀ ଆଲୋଚନା ହେବା ଦରକାର l ଏଥପାଇଁ ସେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନକୁ ପୁଣିଥରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାର ପ୍ରୟାସ କରାଯିବ l ମହାନଦୀ ସହିତ ଓଡ଼ିଶାର ଅନ୍ୟ ନଦୀ ଗୁଡ଼ିକରେ ସମସ୍ୟାକୁ ନେଇ ରାଜ୍ୟରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ପ୍ରୟାସ କରାଯିବ ବୋଲି ସେ ଘୋଷଣା କରିଥିଲେ l ଆଜିର ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଡ ବିନାୟକ ରଥ, ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ,ରେଭେନ୍ସାର ପୂର୍ବତନ ସଭାପତି ଅଜୟ ମିଶ୍ର, ମହାନଦୀ ବଞ୍ଚାଓ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026