ମୋଟର ସାଇକେଲ ଦୁର୍ଘଟଣା ଜଣେ ମୂତ ଅନ୍ୟଜଣେ ଗୁରୁତର

୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା ଜିଲ୍ଲା :-> ଜଙ୍କିଆ ଥାନା ଅନ୍ତର୍ଗତ ନାରଗୋଦା ଠାରେ ବାଇକ୍ ଦୁର୍ଘଟଣା।ଦୁର୍ଘଟଣା ସ୍ଥଳରେ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର। ମୃତକ ଜଣଙ୍କ ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗ୍ରାମର କୁନା ନାୟକ ଗୁରୁତର ଜଣଙ୍କ ତପନ ନାୟକ।ସୂଚନାରୁ ଜଣାପଡିଛି

ଖଜୁରିପଡା ଗ୍ରାମର ଦୁଇ ଜଣ ଯୁବକ ନିରାକାରରୁ ରଣପୁର ଅଭିମୁଖେ ମୋଟର ସାଇକେଲରେ ଯାଉଥିବା ସମୟରେ ନାରଗୋଦା ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଲାଗିଥିବା କଲ୍ ଭେଟର ମାଡ଼ ହୋଇଥିଲେ।

ଘଟଣା ସ୍ଥଳରେ ଦୁହେଁ ଛିଟିକି ପଡି ଗୁରୁତର ହୋଇଥିବା ବେଳେ କୁନା ନାୟକ ମୃତ୍ୟୁ ବରଣ କରିଥିଲେ।ଗୁରୁତର ତପନ ନାୟକକୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ଦିଆଯାଇଛି।ଖବର ପାଇ ସିକୋ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।

Exit mobile version