ବାର୍ଷିକ କ୍ରୀଡ଼ା ଉଦଯାପନ ଉତ୍ସବ

୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସଂପୂର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଗୁରୁବାରଦିନ ଉଦଯାପିତ ହୋଇଅଛି। ଉକ୍ତ ଉଦଯାପନୀ ଉତ୍ସବରେ ଶିକ୍ଷକ ବିଶ୍ୱଜିତ୍ ସରୋଜ କୁମାର ସ୍ବାଗତ ଭାଷଣ ଦେଇଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଉକ୍ତ ଉଦଯାପନ ସଭାରେ ପୌରୋହିତ୍ୟ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ରୂପେ ଟାଙ୍ଗୀସାହି ସ୍ଥିତ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ, ମୁଖ୍ୟବକ୍ତାରୂପେ ପ୍ରାକ୍ତନ ବୋଲଗଡ଼ ମଣ୍ଡଳ ସଂଯୋଜକ ପଦ୍ମଚରଣ ବେହେରା,

ସମ୍ମାନିତ ଅତିଥି ରୂପେ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ବିନୋଦିନୀ ଦତ୍ତ, ପରିବେଶବିତ୍ କୃଷ୍ଣଚନ୍ଦ୍ର ଝପଟସିଂହ, ବୋଲଗଡ଼ ବ୍ଳକ୍ ରେଡକ୍ରସ ସୋସାଇଟିର ସଂଯୋଜକ ସାମନ୍ତ କୁମାର ମାଝି, ମାଣିକାଗୋଡ଼ା ସ୍ଥିତ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀଧର ଲେଙ୍କା, ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଭାପତି ସମ୍ବିତ ଭୂଷଣ ରାଉତରାୟ ଯୋଗଦାନ କରି କ୍ରୀଡ଼ା ପ୍ରତିଯୋଗିତାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ।

କ୍ରୀଡ଼ା ଶିକ୍ଷକ ଅଂଶୁମାନ ଧଳଙ୍କ ତତ୍ତ୍ୱାବଧାନରେ ଦୁଇଦିନ ଧରି ଶିଶୁ, ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୃଥକ୍ ଭାବେ ସମୁଦାୟ ୩୪ ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି ପ୍ରତିଯୋଗିତା ରେ ୧ମ, ୨ୟ ଓ ୩ୟ ସ୍ଥାନ ପ୍ରାପ୍ତ ହୋଇଥିବା ବିଦ୍ୟାର୍ଥୀ ଙ୍କୁ ପ୍ରମାଣପତ୍ର ବିତରଣ କର ଯାଇଥିଲା। ସାତ୍ୱକୀ ଦେଓ ଚମ୍ପିୟନ ହୋଇ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ସୈବାଳିକା ମଲ୍ଲିକ, ସ୍ୱର୍ଣ୍ଣଲତା ପ୍ରଧାନ, ଶୁଭଶ୍ରୀ ଧଳ, ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ, ସୌଦାମିନୀ ସୁବୁଦ୍ଧି, ସୌଦାମିନୀ ପରିଡ଼ା, ସ୍ରୋତାଲିନ୍ ସାହୁ, ଶିକ୍ଷକ ଦୀପ୍ତିରଞ୍ଜନ ଦାସ, ଦୀପକ ବେହେରା ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version