୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମସ୍ତଙ୍କ ପ୍ରିୟ ତଥା ପୁରୁଣା ଭୁବନେଶ୍ୱରର ଜନନାୟକ ଓ ବିଜୁ ପଟ୍ଟନାୟକଙ୍କ ଅତିପ୍ରିୟ ଯୁବନେତା ପ୍ରଶାନ୍ତ ମହାପାତ୍ରଙ୍କର ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଶାନ୍ତ ମହାପାତ୍ର ସ୍ମୃତି ସଂସଦ କମିଟି ପକ୍ଷରୁ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ସ୍ମୁତିଚାରଣ କରିଥିଲେ. ସେମାନେ କହିଥିଲେଯେ, ପ୍ରଶାନ୍ତ ବାବୁ ଥିଲେ ଜଣେ ସାଲିସ ବିହୀନ ଯୁବନେତା. ସେ ବିଜୁ ପଟ୍ଟନାୟକଙ୍କ ଖାସ ତଥା ପାଖ ଲୋକଥିଲେ.
