୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ସ୍ତରୀୟ ‘ଉଦୟ ‘ଉତ୍ସବରେ ବିଡ଼ିଓଙ୍କ ଉପରେ ବର୍ଷିଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ l ବିଧାୟକଙ୍କ ନିଜ ବ୍ଲକ ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇନଥିବା କହିଛନ୍ତି l ରା.ଉଦୟଗିରି ବ୍ଳକ ରେ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଉଦୟ ଉତ୍ସବ l ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l

