ବାଙ୍କୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ବେବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଛି । ପରିଚାଳନା କମିଟି ସଂପାଦକ ସନ୍ତୋଷ କୁମାର ରଣା ଏହି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ ।

ପରିଚାଳନା କମିଟି ସଭ୍ୟ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷା ପ୍ରୀତିମଞ୍ଜରୀ ସାହୁ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏହି କ୍ରୀଡା ଉତ୍ସବ ୪ଦିନ ଧରି ଚାଲିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । 

Exit mobile version