୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ଜୋକିଲା ଦଳ ଖଜୁରୀପଦା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତିଗିରିଆ ପ୍ରସନ୍ନମଣି କଲେଜର ଆସୋସିଏଟ୍ ପ୍ରଫେସର୍ ଡକ୍ଟର ସୁବିତ୍ କୁମାର ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ଉଦ୍ଘାଟିତ କରିଥିବା ବେଳେ ସମାଜସେବୀ ରଞ୍ଜିତ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା ସମ୍ପନ୍ନ କରି ମଶାଲ୍ ଶୋଭାଯାତ୍ରା ଆଣିବା ପରେ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ମିନକେତନ ରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କ୍ରୀଡା ଶିକ୍ଷକ ଅଭୟ କୁମାର ଜେନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
