୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଦିନ ଏଠାରେ “ଶୌର୍ଯ୍ୟ ଜାଗରଣ ଯାତ୍ରା” ନାମରେ ନାମିତ ଏକ ବଡ଼ ଧରଣର ବାଇକ ରାଲି ଆୟୋଜିତ ହୋଇଯାଇଛି । ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
