
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ଼ ଟ୍ରାଫିକ୍ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା “ଆନ୍ତ ମଣ୍ଡଳୀୟ ସାଂସ୍କୃତିକ-ନୃତ୍ୟ” ପ୍ରତିଯୋଗିତା ଆୟୋଜନ କରାଯାଇଛି । ପୂର୍ବତଟ ରେଲୱେର ତିନୋଟି ଡିଭିଜନ୍, ବିଶାଖାପାଟନମ୍, ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଏବଂ ଜୋନାଲ ମୁଖ୍ୟାଳୟର ସାଂସ୍କୃତିକ ଦଳ ଏହି ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

ଏହି ଉତ୍ସବରେ, ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍.ଏସ୍.ବାଜୱା ଏବଂ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର (ଇକ୍ରୋ)ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍,ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଶ୍ରୀ ସୁଭ୍ର ଜ୍ୟୋତି ମଣ୍ଡଳ,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା)ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଏବଂ ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ ।
ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ନେଇ ଚାରୋଟି ସାଂସ୍କୃତିକ ଦଳ ମଧ୍ୟରେ ଶାସ୍ତ୍ରୀୟ ଏକକ ନୃତ୍ୟ ଏବଂ ଗୋଷ୍ଠୀ ନୃତ୍ୟ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍.ଏସ୍.ବାଜୱା ବିଜେତା ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ବଣ୍ଟନ କରିଥିଲେ ଏବଂ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ସାଂସ୍କୃତିକ କାର୍ଯ୍ୟକଳାପ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।.
