Home ଓଡ଼ିଶା ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ : ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ବ୍ଲକ୍ ର ବିଭିନ୍ନ ଯୋଜନାରେ ଚାଲିଥିବା ଉନ୍ନୟନ କାମ ର ସମୀକ୍ଷା ବୁଧବାର ଅପରାହ୍ନରେ କରିଥିଲେ। ସମୀକ୍ଷା ବୈଠକ ରେ ଏ ପିଡି ପ୍ରଶାସନିକ ତରଣୀ ସୁନା, ଏ ପିଡି ଗ୍ରାମୀଣ ଗୃହ ନିର୍ମାଣ ଅନନ୍ୟା ଆଚାର୍ଯ୍ୟ, ପି ଏମ ଆଇ ଟି କ୍ଷୀରୋଦ ମିଶ୍ର, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏମ ସି ଅଶୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ମାଓ ପ୍ରଭାବିତ ଗାଁ ରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୋଦୟା ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଉନ୍ନୟନ ବିଭାଗର ସମୀକ୍ଷା କରିବା ସହିତ କାମ ଗୁଡ଼ିକ କିଭଳି ସଫଳ ରୂପାୟନ ହୋଇପାରିବ ସେନେଇ ସମସ୍ତ ଉପସ୍ଥିତ ବିଭିନ୍ନ ବିଭାଗ ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଏ ପି ଓ ପ୍ରଶାନ୍ତ କୁମାର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ଗ୍ରାମୀଣ ଆବାସ ବ୍ଲକ ସଂଯୋଜକ ଗୋବର୍ଦ୍ଧନ ବାଗ, ରାଜ କିଶୋର ନାଏକ ସମେତ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ, ପି ଇ ଓ,ଏ ଡିଓ, ଜିଓ ଟେକ୍ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026