ଜିବନ କୈାଶଳ ଶିକ୍ଷା ନିମନ୍ତେ ପକନା ଗାଁ ଆଶ୍ରମ ବିଦ୍ୟାଳୟ ରେ ଲାଇଫ୍ କ୍ୟାମ୍ପ

୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  -> ଆଜିର ସମୟରେ ସମାଜରେ ବଂଚିବାକୁ ହେଲେ ଆର୍ଥିକ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ସୁଦୃଢ ହେବା ସହିତ ଜିବନ କୈାଶଳ ଶିକ୍ଷା ର ମଧ୍ୟ ଅଧିକ ଆବଶ୍ୟକତା ଅଛି । ସେହିପରି କନ୍ଧମାଳା ଜିଲ୍ଲା ରେ ମଧ୍ୟ ବାଳିକା ମାନଙ୍କ ମଧ୍ୟରେ ଉଚ୍ଚ ଆଶା ଏବଂ ବଡ ଅଭିଳାଶା ନିମନ୍ତେ ଜିବନ କୈାଶଳ ଶିକ୍ଷା ର କାର୍ଯ୍ୟକ୍ରମ ର ଆୟୋଜନକୁ ଆଖିଆଗରେ ରଖି ତିନି ଦିନ ଧରି ପକନା ଗାଁ ଆଶ୍ରମ ବିଦ୍ୟାଳୟରେ ଏକ ଲାଇଫ୍ କ୍ୟାମ୍ପ ଓଏସିସ୍, ବରୋଦା,

ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଓ ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ଫୁଲବାଣୀ ଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି । ସୁଦୁର ବରୋଦା ରୁ ଆସି ରିୟା ସାହା ତିନି ଦିନ ଧରି ବିଭିନ୍ନ ଯଥା- ଆତ୍ମ ବିଶ୍ୱାଶ, ଭବିଷ୍ୟତର ସ୍ୱପ୍ନ, ଜାତୀୟତା ଭାବ, କଠିନ ପରିଶ୍ରମ ଓ ଉତମ ନାଗରିକ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ଉଦ୍ଜାପନୀ ସଭାରେ ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୂୟାଁ ଉପସ୍ଥିତ ରହି ପିଲା ମାନଙ୍କର ତିନି ଦିନ ପ୍ରଶିକ୍ଷଣ ର ଅନୁଭୂତି ଶୁଣିବା ସହିତ ଆଗାମି ଦିନରେ କିଭଳି ପ୍ରତି ସପ୍ତାହରେ ଏହି ଶିକ୍ଷା କୁ ବିଦ୍ୟାଳୟରେ ପ୍ରୟୋଗ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଉପଦେଶ ଦେଇଥିଲେ ।

ତତ୍ସହିତ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂଯୋଜିକା ସଂଧ୍ୟାରାଣୀ ନାୟକ ଏହି ତିନିଦିନର କ୍ୟାମ୍ପ ପରେ ପିଲାମାନେ କିପରି ବାଲ୍ୟ ବିବାହ, କୁ ପ୍ରଥା ଓ ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ହିଂସା କୁ ରୋକିପାରିବେ ସେ ଦିଗରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ରଶ୍ମିତା ଘିବାଲା ଓ ଅପରାଜିତା ଜାନି ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ସ୍ୱାଇଁ, ଆଲୋକ ସାମନ୍ତରାୟ ଓ ଶିବ ସୁନ୍ଦର ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version