୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ସଦାବେଳେ ବିବାଦ ଓ ଅବ୍ୟବସ୍ଥାରେ ଘେରରେ ରହିଥିବା ମୋହନା ଦୃଷ୍ଟିହୀନ ବଧିର ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ନେଇଗଲେ ଅଭିଭାବକ l ଅଭିଭାବକ ମାନେ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଓ ଅବ୍ୟବସ୍ଥାକୁ ନେ଼ଇ ବିଦ୍ୟାଳୟପ୍ରଶାସନକୁ ଦେଇଥିଲେ ୫ ଦିନର ମହଲତ l ହେଲେ ସମସ୍ୟା ସୁଧୁରିଲାନି l ପିଲାଙ୍କୁ ସଠିକ ଭାବେ ଖାଦ୍ୟ ଦିଆଗଲାନି କି ଶିକ୍ଷକ ନିଯୁକ୍ତି ମଧ୍ୟ ହେଲେନି l ତେଣୁ ବାଧ୍ୟ ହୋଇ ନିଜ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ବିଦ୍ୟାଳୟ ରୁ ନେଇଗଲେ ଅଭିଭାବକ l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ଏକ ମାତ୍ର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ହୀନ ବଧିର ବିଦ୍ୟାଳୟରେ l ଏବେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଗତି କରୁଛି ଏହି ବିଦ୍ୟାଳୟ l କେନ୍ଦ୍ର ଅନୁଦାନ ରାଶି ରେ ଏନଜିଓ ଦ୍ୱାରା ଚାଲିଥିବା ବେଳେ ଏହି ବିଦ୍ୟାଳୟ ଟି ବହୁ ପୁରୁଣା l
ଏହି ବିଦ୍ୟାଳୟରେ ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା ର ଦୃଷ୍ଟି ହୀନ ବଧିର ପିଲା ମlନେ ଅଧ୍ୟୟନ କରନ୍ତି l ହେଲେ ଏହି ବିଦ୍ୟାଳୟ ରେ କିଛି ବର୍ଷ ହେଲା ଅବ୍ୟବସ୍ଥା ରେ ଚାଲିଥିବା ବେଳେ ସଭାପତି ଅଛନ୍ତି ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ l ବିଦ୍ୟାଳୟର ସମ୍ପାଦକ ବିଜେଡି ର ଜିଲ୍ଲା ଉପ ସଭାପତି ଦଣ୍ଡାଶୀ ସାହୁ ପରିଚାଳନା କରୁଛନ୍ତି l ବିଦ୍ୟାଳୟ ରେ ମୋଟ ୬୦ ଜଣ ଦିବ୍ୟାଙ୍ଗ ପିଲା ପଡୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡିଛି l ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମାସିକ ପ୍ରାପ୍ୟ ନ ମିଳିବାରୁ ସମସ୍ତେ ବିଦ୍ୟାଳୟ ଛାଡିଥିବା ଜଣା ପଢ଼ିଛି l ପାଠ ପଡିବା ବଦଳ ରେ ଟିଭି ଦେଖି ସମୟ କାଟିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ର ଛାତ୍ରୀ l ଖାଇବା କୁ ମଧ୍ୟ ଠିକ ଭାବରେ ମିଳୁନଥିବା କହିଛନ୍ତି ଅଭିଭାବକ l ଅନ୍ୟ ପକ୍ଷରେ କିଛି ଦିନ ତଳେ ଅଭିଭାବକ ମlନେ ବୈଠକ ରେ ସମ୍ପାଦକ ଙ୍କୁ କହିଥିଲେ ଶିକ୍ଷକ ନାହାନ୍ତି ପିଲା କିପରି ପାଠ ପଡିବେ ଯାହାକୁ ନେଇ ସମ୍ପାଦକ ଉତ୍ତର ନ ଦେଇ ଚାଲିଯାଇଥିଲେ ବୋଲି କହିଛନ୍ତି l
