୧୮ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାର ପାଣିକୋଇଲିସ୍ଥିତ ଟ୍ରମା କେୟାରର ଡିଜାଇନ୍ ଏବଂ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ୍)ରେ କର୍କଟ ଚିକିତ୍ସା କେନ୍ଦ୍ରର ଅସାଧାରଣ ଡିଜାଇନ୍ ପାଇଁ ଓଡ଼ିଶାର ସ୍ଥପତି ତାରା ପ୍ରସାଦ ଧଳଙ୍କୁ ‘ହେଲଥକେୟାର ଆର୍କିଟେକ୍ଟ ଅଫ ଦି ଇୟର ୨୦୨୪’ ପୁରସ୍କାରରେ ସମ୍ମାନିତ କରାଯାଇଛି । ସାଉଥ୍ ଏସିଆ ପ୍ୟାସିଫିକ୍ ହେଲଥକେୟାର ସମିଟ୍ ଆଣ୍ଡ ବିଜନେସ୍ ଆୱାର୍ଡ୨୦୨୪ ଅବସରରେ ‘ବ୍ରାଣ୍ଡସକାଉନସିଲ ରେଟିଂସ୍’ର ସମ୍ମାନନୀୟ ଜୁରି ସଦସ୍ୟମାନେ ଶ୍ରୀ ଧଳକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ଗତ ତା-୧୨-୧୨-୨୦୨୪ ରିଖ ନୂଆଦିଲ୍ଲୀସ୍ଥିତ ଭାରତ ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଶ୍ରୀଯୁକ୍ତ ଧଳଙ୍କୁ ପୁରସ୍କୃତ କରାଯାଇଛି ।
