Home ଓଡ଼ିଶା ପୁଷ୍ପା-୨ ରେ ଓଡ଼ିଆ ପୁଅ ସିଲଭର ଗାନ୍ଧୀଙ୍କର କମାଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର/ ନୂଆଦିଲ୍ଲୀ :- ଭାରତର ସିନେମା ଇତିହାସରେ ସମସ୍ତ ରେକର୍ଡ଼କୁ ଭଙ୍ଗକରି ଇତିହାସ ସୃଷ୍ଟି କରି ଚାଲିଥିବା ଚଳଚ୍ଚିତ୍ର ପୁଷ୍ପା-୨ ରେ ଓଡ଼ିଆ ପୁଅ ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କର ବଳିଷ୍ଠ ଭୂମିକାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଥିବା ଜଣାଯାଇଛି। ମୋହନ ଏହି ମହା ଚଳଚିତ୍ରରେ ଅଭିନୟ କରିବା ସାଙ୍ଗକୁ ସହ ନିର୍ଦ୍ଦେଶକ ଭାବରେ ମଧ୍ଯ କାର୍ଯ୍ୟ କରିଛନ୍ତି। ମୁକ୍ତିଲାଭ କରିବାର ମାତ୍ର ବାର ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରର ଆୟ ଦେଢ଼ ହଜାର କୋଟି ଟଙ୍କାକୁ ଟପି ଯାଇଥିବା ବେଳେ ଏହାର ମୁଖ୍ୟ ନାୟକ ଅଲୁ ଅର୍ଜୁନଙ୍କର ପ୍ରଥମେ ଜେଲ ଓ ପରେ ବେଲ ଅଧ୍ୟାୟ ,ଏହାକୁ ଦେଶ ସାରା ଲୋକଲୋଚନରେ ରଖି ଆସିଛି। ଏହି ସିନେମାରେ ଅଲୁଙ୍କ ସହିତ ବିଖ୍ଯାତ ଅଭିନେତ୍ରୀ ରଶ୍ମିକା ମନ୍ଦନା, ଫୱାଦ ଫାଜିଲ, ପ୍ରକାଶ ରାଜ, ଜଗପତି ବାବୁ ଓ ସୁନୀଲଙ୍କ ସାଙ୍ଗକୁ ମୋହନ ମହାପାତ୍ରଙ୍କର ଜୋରଦାର କାରୁକାର୍ଯ୍ୟ ଦେଖିବାକୁ ମିଳିବ। ନବୀନ ୟମେନ ଓ ୱାଇ ରବି ଶଙ୍କରଙ୍କର ପ୍ରଯୋଜନା,ସୁକୁମାର ପ୍ରସାଦ ଗାରୁଙ୍କର ନିର୍ଦ୍ଦେଶନା ଓ ମୋହନ ମହାପାତ୍ରଙ୍କର ସହ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ସିନେମାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଭରପୁର ଆକ୍ସନ, ରୋମାନ୍ସ ଏବଂ ଡ୍ୟାନ୍ସ ଆଦି ଦୃଶ୍ୟ ମହଜୁଦ ରହିଛି। ଉଭୟ ହିନ୍ଦୀ ଓ ତେଲଗୁ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ସିଲଭର ଗାନ୍ଧୀ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କୃପା, ନିଜ ମା’ଙ୍କର ଅଶେଷ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କର ସଚ୍ଚା ସଦିଚ୍ଛା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବା ବରୀ ରେ ଜନ୍ମିତ ଏବଂ ବେରବୋଇ ରେ ପାଳିତ ମୋହନ ମହାପାତ୍ର ସୂଚାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ନିକଟରେ ଗୁଜୁରାଟରୁ ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀରୁ ହରିୟାଣା ଦୁଇ ଦଫାରେ ତାଙ୍କର ପଦଯାତ୍ରା ସମ୍ପନ୍ନ କରିଛନ୍ତି। ସ୍ଵଚ୍ଛ ଭାରତ ଗଠନ,ମା’ ପାଇଁ ଗଛଟିଏ ରୋପଣ ଏବଂ ଘରେଘରେ ଜାତୀୟ ପତାକା ଉଡ଼ାଣ ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ୱାନ ଗୁଡିକୁ ନେଇ ଜନ ସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ପତ୍ନୀ ମୃଦୁଳା ପ୍ରଧାନ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଶକ୍ତି ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହରିୟାଣାର ମନ୍ତ୍ରୀ ସୁଭାଷ ସୁଧା ଓ ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ପ୍ରମୁଖ ତାଙ୍କର ସାଧୁ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିବା ସାଙ୍ଗକୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜୀବନ,ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ପାଇଁ ଶ୍ରୀ ମୋଦୀଙ୍କର ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଞ୍ଚାଇବାକୁ ସଦା ସର୍ବଦା ପ୍ରଚେଷ୍ଟା କରି ଆସୁଥିବା ସିଲଭର ଗାନ୍ଧୀ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।ଓଡିଶାର ମାଲକାନଗିରି ,କୋରାପୁଟ, କେନ୍ଦୁଝର ଓ ଯାଜପୁର ଆଦି ଚାରିଟି ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ହେବା ସମୟରେ ରାଜ୍ୟ ପ୍ରଶାସନ ଓ ଗୃହ ବିଭାଗ ସୁରକ୍ଷା ଓ ସହଯୋଗ ଯୋଗାଇ ଦେଇଥିବାରୁ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026