୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :- ଚନ୍ଦ୍ରଭାଗା ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି। ଚନ୍ଦ୍ରଭାଗା ବେଳାଭୂମି ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ବେଳାଭୂମିରେ ଗଛ କଟାକୁ ନେଇ ବିରୋଧ କରିଛି କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି। ମଙ୍ଗଳବାର ଓଏଫଡିସିର କର୍ମକର୍ତ୍ତା ୨୦ଜଣ ଶ୍ରମିକଙ୍କୁ ନେଇ ବେଳାଭୂମିରେ ଗଛ କାଟିବା ପାଇଁ ପହଞ୍ଚିଥିଲେ। ଗଛ କଟା ଆରମ୍ଭ ହୋଇଥିଲା। କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି ସଭାପତି ଭାଗିରଥି ସ୍ବାଇଁଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପହଞ୍ଚି ଏହି କାର୍ଯ୍ୟ ବନ୍ଦ କରିଥିଲେ। ଫଳରେ ୨୦ଜଣ ଶ୍ରମିକ ଫେରିଯାଇଥିଲେ।
