୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- ଆଉ କେଇଟା ଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମଗ୍ର କନ୍ଧମାଳ ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପିଠାପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି। ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ ସେନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତି ବ୍ଲକ ସ୍ତରୀୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି l

