Home ଓଡ଼ିଶା ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଯାପନୀ ସମାରୋହ : ଚଳିତବର୍ଷ ପୁସ୍ତକ ମେଳାରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭାଗନେଲେ ପ୍ରାୟ ୧୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା, ପୁସ୍ତକ ମେଳାରେ ରହିଥିଲା ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ ଏବଂ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ନିର୍ମାଣ କରାଯାଇଥିବା ତିନୋଟି ଥିମ୍ ପାଭିଲିୟନ ଥିଲା ଚଳିତ ବର୍ଷ ପୁସ୍ତକ ମେଳାର ଆକର୍ଷଣର କେନ୍ଦ୍ର ଆମ ସମାଜରେ ପୁସ୍ତକର ସ୍ଥାନ ଅନନ୍ୟ, ପାଠକଙ୍କ ମନରେ ଶାନ୍ତି ଓ ପ୍ରଶାନ୍ତି ଆଣିଥାଏ ପୁସ୍ତକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁସ୍ତକର କୌଣସି ବିକଳ୍ପ ନାହିଁ, ସୋସିଆଲ୍ ମିଡ଼ିଆ ଯୁଗରେ ମଧ୍ୟ ପୁସ୍ତକର ଚାହିଦା ବଢ଼ିଛି : ମନ୍ତ୍ରୀ ଶ୍ରୀ ସୂରଜ ପୁସ୍ତକ ଏବଂ ସାହିତ୍ୟ ହେଉଛି ସମାଜର ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବିଗତ ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ଶ୍ରୀ ବିଶ୍ୱରଞ୍ଜନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆମ ସମାଜରେ ପୁସ୍ତକର ସ୍ଥାନ ଅନନ୍ୟ।ପାଠକ ମନରେ ଶାନ୍ତି ଓ ପ୍ରଶାନ୍ତିର ଭାବ ଆଣିଥାଏ ପୁସ୍ତକ। ବହିର ଅନ୍ୟ କୌଣସି ବିକଳ୍ପ ନାହିଁ।ଆଜିର ସୋସିଆଲ୍ ମିଡ଼ିଆ ଯୁଗରେ ମଧ୍ୟ ପୁସ୍ତକର ଚାହିଦା ବଢିଛି। ଚଳିତ ବର୍ଷ ପୁସ୍ତକ ମେଳାରେ ବିଶେଷ ଭାବରେ ଯୁବପିଢ଼ି ବହି କିଣିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଚଳିତ ବର୍ଷ ପୁସ୍ତକ ମେଳାରେ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ଏବଂ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ସାରସ୍ୱତ ସାହିତ୍ୟ ସର୍ଜନାକୁ ପ୍ରାଧାନ୍ୟ ଦିଆଯାଇଥିଲା। ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ ଏବଂ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ନିର୍ମାଣ କରାଯାଇଥିବା ତିନୋଟି ଥିମ୍ ପାଭିଲିୟନ ଚଳିତ ବର୍ଷ ପୁସ୍ତକ ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା। ପାଠକ, ଲେଖକ ଏବଂ ପ୍ରକାଶକମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ପୁସ୍ତକ ମେଳା ସଫଳ ଭାବେ ଆୟୋଜିତ ହୋଇଛି। ପୁସ୍ତକ ଏବଂ ସାହିତ୍ୟ ସମାଜ ପାଇଁ ସଦାସର୍ବଦା ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଥିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଅଧ୍ୟାପକ ଏବଂ ସାହିତ୍ୟିକ ଶ୍ରୀ ବିଶ୍ୱ ରଞ୍ଜନ କହିଥିଲେ ଯେ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ ବୌଦ୍ଧିକ ବିକାଶରେ ପୁସ୍ତକ ପଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏଥିସହିତ ସେ ସାମ୍ପ୍ରତିକ ଯୁଗରେ ପୁସ୍ତକ ପଠନର ଗୁରୁତ୍ବ ଏବଂ ଆବଶ୍ୟକତା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ଆଜିର ଉଦଯାପନୀ ସମାରୋହରେ “ଫକୀରନାମା”, “ମାଦଳାପାଞ୍ଜିର ସାମଗ୍ରିକ ରୂପଲେଖ”, “ବହିକଥା”, “ପ୍ରଜ୍ଞାପୁରୁଷ ନାରାୟଣ ପୃଷେଠ” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ପୁସ୍ତକ ପ୍ରକାଶକ ସଂସ୍ଥାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ରଖିଥିଲେ ଏବଂ ଯୁଗ୍ମ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ପୁସ୍ତକ ମେଳାରେ ୩ କୋଟିରୁ ଅଧିକ ବ୍ୟବସାୟ ହୋଇଛି।. ପୁସ୍ତକ ମେଳାରେ ପ୍ରାୟ ୧୫୦ ପ୍ରକାଶକ ସଂସ୍ଥା ଓ ପୁସ୍ତକ ବିକ୍ରେତାମାନେ ଯୋଗ ଦେଇଥିବାବେଳେ ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ନିର୍ମିତ ହୋଇଥିଲା। ଚଳିତ ବର୍ଷର ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯାଇଥିଲା । ଏଥିସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବହୁ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ଫଟୋଚିତ୍ର ମଧ୍ୟ ସ୍ଥାନିତ କରାଯାଇଥିଲା । ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର, ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ନିମନ୍ତେ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସ୍ଥାପନ କରାଯାଇଥିବା ବେଳେ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ମିଲେଟ ମିଶନ, କୋରାପୁଟ କଫି, ମିଶନ ଶକ୍ତି ଆଦି ତରଫରୁ ଖାଦ୍ୟ ଷ୍ଟଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତରଫରୁ ଷ୍ଟଲ୍ ନିର୍ମାଣ କରାଯାଇଥିବା ବେଳେ ଏହାର ଆୟୋଜନ କରିବାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, ଓଡ଼ିଶା ପ୍ରକାଶକ ସଂଘ, ରାଜଧାନୀ ପୁସ୍ତକ ମେଳା,ଏକାମ୍ର ପୁସ୍ତକ ମେଳା ଓ ଭୁବନେଶ୍ୱର ପୁସ୍ତକ ମେଳାର କର୍ମକର୍ତ୍ତା ତଥା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନେ ସହଯୋଗ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026 ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ by Proprietor Abhimanyu Maharana September 7, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026