Home ଓଡ଼ିଶା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ‘ଓଡ଼ିଶାର ଭିତ୍ତିଭୂମି ବିକାଶ ଦିଗରେ ମହାରାଜାଙ୍କ ଅବଦାନ ଅତୁଳନୀୟ’ ୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଜଣେ ଅତ୍ୟନ୍ତ ସରଳ, ପ୍ରଜାବତ୍ସଳ ଓ ଦେଶପ୍ରେମୀ ସୁଶାସକ । ଶ୍ରୀରାମଚନ୍ଦ୍ର ଭଞ୍ଜ ଖାଲି ମୟୂରଭଞ୍ଜର ନୁହନ୍ତି, ସମଗ୍ର ଓଡ଼ିଆ ଜାତିର ଉନ୍ନତି ନିମିତ୍ତ ତାଙ୍କର ବହୁବିଧ ଉଦ୍ୟମ ଅବିସ୍ମରଣୀୟ । ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଆଦର୍ଶ ଚରିତ୍ରବତ୍ତା, ସରଳତା, ନମ୍ରତା, ସ୍ୱଭାବ ଓ ବ୍ୟକ୍ତିତ୍ୱ ସର୍ବାଧିକ ପ୍ରଶଂସନୀୟ । ଉତ୍କଳ ଜନନୀର ଏହି ଯୋଗଜନ୍ମା ସୁଯୋଗ୍ୟ ସନ୍ତାନ ଆଜି ସମଗ୍ର ଓଡ଼ିଆ ଜାତିର ଚିରନମସ୍ୟ ବୋଲି ଅତିଥିମାନେ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଲେ ଯେ ମହାରାଜା ଶ୍ରୀ ଭଞ୍ଜଦେଓ ଓଡିଶା ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିଲେ । ଆମେ ଆଜି ଯେଉଁ ବିକଶିତ ଓଡିଶାର କଥା କହୁଛୁ ତାହାର ମୂଳଦୁଆ ମାହାରାଜାଙ୍କ ରାଜତ୍ୱ କାଳରେ ପଡିଥିଲା । ମୟୂରଭଞ୍ଜର ରାଜା ହେଲେ ମଧ୍ୟ ସମଗ୍ର ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଦିଗରେ ତାଙ୍କର ଉଦ୍ୟମ ଚିରସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଭାଷା ଆନ୍ଦୋଳନ, ଅରଣ୍ୟ ଓ ଖଣିଜ ସଂପଦର ପୁନଃମୂଲ୍ୟାୟନ, ଶିଳ୍ପାୟନ ଆଦି ପ୍ରତି କ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସ୍ପଷ୍ଟ ଭାବରେ ପ୍ରତିଫଳିତ । ମହାରାଜାଙ୍କ ଜୀବନୀ ଓ ତ୍ୟାଗପୂତ ଅନାଲୋଚିତ ଦିଗ ଗୁଡ଼ିକ ଉପରେ ଆଲୋକପାତ କରି ବାସ୍ତବରେ ସେ ଜଣେ ଯୁଗଜନ୍ମା ପୁରୁଷ ବୋଲି ସେ ପ୍ରକାଶ କରିବା ସହିତ ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ ମୟୂରଭଞ୍ଜ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଶାର ବହୁ ଲୋକହିତକର ଅନୁଷ୍ଠାନ ତାଙ୍କ ଅମୂଲ୍ୟ ଅବଦାନରେ ସୁପ୍ରତିଷ୍ଠିତ ଓ ପବିତ୍ର ସୂତିରେ ମହିମାମଣ୍ଡିତ । ତାଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜ ଏକ ଆଦର୍ଶ ରାଜ୍ୟ ପାଲଟିଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଲେଖକ ଶ୍ରୀଯୁକ୍ତ ଭାଗବତ ଶୁକ୍ଳ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନଦର୍ଶନ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଉତ୍କଳ ଆକାଶର ଉଜ୍ଜ୍ୱଳ ତାରକା । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମହାରାଜା ଶ୍ରୀ ଭଞ୍ଜଦେଓ ସଭାପତିତ୍ୱ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଓ ସୁଶାସନ ଓ ପ୍ରଜାବତ୍ସଳ ରାଜା ଭାବେ ବ୍ରିଟିଶ୍ମାନେ ପ୍ରଭାବିତ ହୋଇ ତାଙ୍କୁ ମହାରାଜା ଉପାଧିରେ ଭୁଷିତ କରିଥିଲେ । ତାଙ୍କ ଜ୍ଞାନାଲୋକରେ କେବଳ ମୟୂରଭଞ୍ଜ ନୁହେଁ ବରଂ ସମଗ୍ର ଓଡ଼ିଶା ଆଲୋକିତ ହୋଇଥିଲା । ଓଡ଼ିଶାରେ ପନିତତ୍ତ୍ୱ ବିଭାଗର ଭିତ୍ତିଭୂମୀ ତୋଳି ଓଡିଶା ଇତିହାସକୁ ପୁର୍ନଜୀବିତ କରିବା ସହିତ ଓଡିଶାର ବିକାଶ ପାଇଁ ତାଙ୍କର ବହୁବିଧ ଉଦ୍ୟମର ତୁଳନା ନାହିଁ ବୋଲି ସେ ପ୍ରକାଶ କରିଥିଲେ । ସଭା ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ କେବଳ ଓଡିଶାର ନୁହେଁ ସମଗ୍ର ଭାରତ ମାଟିର ଜଣେ ଜାତୀୟତାବାଦୀ ଜନନାୟକ ବୋଲି ଅଭିହିତ କରିଥିଲେ । ମାତ୍ର ୨୦ ବର୍ଷ ଶାସନକାଳରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇ ଭାରତ ମାନଚିତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ । ଆଜିର ଯୁବପିଢ଼ିି ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଲେ ଆଜିର ବିକଶିତ ଓଡିଶାର ସ୍ୱପ୍ନ ଓ ରାଜ୍ୟର ସୁନାମ ବହୁଗୁଣିତ ହେବ ବୋଲି ଶ୍ରୀ ସାମଲ କହିଥିଲେ । ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ଡ. ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ୟୁନିଟ୍ -୨, ଭୁବନେଶ୍ୱରର ଛାତ୍ରୀମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଏବଂ ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026