ସାଇ ସ୍ମାର୍ଟ ସ୍ଲୁଲର ତୃତୀୟ ବାର୍ଷିକ କ୍ରୀଡା ଉଦଯାପିତ

୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ କୋଣାର୍କ ରାସ୍ତାର ବାଲିଗୁଆଳି ପଞ୍ଚାୟତ କାର୍ଯ୍ଯାଳୟ ନିକଟସ୍ଥ ସାଇ ସ୍ମାର୍ଟ ସ୍ଲୁଲର ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସରିତା ଦେବୀ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ପୁରୀ ସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ଯୋଗଦେଇ କହିଲେ ଶିଶୁର ବାଲ୍ଯ ଅବସ୍ଥାରୁ ତାର ଲୁକାୟିତ ପ୍ରତିଭାକୁ ଚିହ୍ନଟ କରି ଉପଯୁକ୍ତ ଦିଗଦର୍ଶନ ଦେଲେ ସେହି ଶିଶୁ ଦିନେ ଭଲ ମଣିଷ ହୋଇପାରିବ । କ୍ରୀଡା ମାଧ୍ୟମରେ ଶିଶୁ ତାର ପ୍ରତିଭା ଦେଖାଇବା ସହ ଜିତିବା ପାଇଁ ଆଶା ରଖିପାରିବ ।

ସମ୍ମାନିତ ଅତିଥି ଭାବେ ସତ୍ଯବାଦୀ ପଞ୍ଚାୟତ ସମିତିର ଅତିରିକ୍ତ ବିଡିଓ ସଲିଳ କୁମାର ଦାଶ, ଫାର୍ମସୀ କଲେଜର ଅଧ୍ୟକ୍ଷ ଡଃ ଅମୀୟକାନ୍ତ ମିଶ୍ର , ପରିଚାଳନା କମିଟିର ସଭାନେତ୍ରୀ ଅନିମା ଦାଶ, ସମ୍ପାଦିକା ସୁଶ୍ରୀ ପ୍ରିୟଦର୍ଶନୀ ପାଣି, ପେଣ୍ଠକଟା ମେରାଇନ ଥାନା ଆଇଆଇସି ବବିତା ଦଳେଇ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସହନଶୀଳତା କ୍ରୀଡାବିତଙ୍କ ଲକ୍ଷଣ । ବିଜୟର ଉଲ୍ଲାସ ଓ ପରାଜୟର ଗ୍ଲାନିକୁ ଧର୍ଯ୍ୟ ଓ ସହନଶୀଳତା ବଳରେ କ୍ରୀଡାବିତ ଆପଣେଇ ନେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ଶିକ୍ଷୟିତ୍ରୀ ସିପ୍ରା ଚାଟାର୍ଜୀ ସଂଚାଳନ କରିଥିଲେ । ଶିକ୍ଷୟିତ୍ରୀ ନମ୍ରତା ରଥ ,ସ୍ବପ୍ନା ଦାଶ, ମଧୁସ୍ମିତା ଓଝା, ଲୋପାମୁଦ୍ରା ମହାପାତ୍ର, ସୁଲେଖା ତ୍ରିପାଠୀ ,ସୁଲିପ୍ତା ମହାପାତ୍ର, କଳ୍ପଲତା ଆଚାର୍ଯ୍ଯ, ଇଂ ଆଶିଷ କୁମାର ଦାଶ, ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ବାରା ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଲୋପାମୁଦ୍ରା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version