୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :- ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଆହତ ଛାତ୍ର ଜଣକ ସପ୍ତମ ଶ୍ରେଣୀର ଲିଙ୍କନ ନାୟକ ହୋଇଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଚାଲିଥିଲା ।
