Home ଓଡ଼ିଶା ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ୪୫ ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ହାବିଲଦାର, କନଷ୍ଟେବଳ ମାନଙ୍କୁ ପୂର୍ବ ରୁ ପାଉଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାର ରେ ପ୍ରଦାନ କରାଯିବ ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ଟଙ୍କା ପୋଷାକ ଭତ୍ତା ପାଇଁ ମିଳିବ 10 ହଜାର – ମୁଖ୍ୟମନ୍ତ୍ରୀ ୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବ ରୁମିଳୁଥିବା ଏକ ମାସ ର ଅଧିକ ଦରମା ନୂତନ ବେତନ ହାର ରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର 3 ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କଟକରେ ଆୟୋଜିତ ଓଡିଶା ପୋଲିସ, ଓ. ଏସ. ଏ. ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦ ରେ ପାଉଥିବା 5 ହଜାର ଟଙ୍କା ବଦଳରେ ଏଣିକି 10 ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭୁବନେଶ୍ୱର ଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ଵ ତୁଲାଉଛନ୍ତି। କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମହାସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୋଲିସ ବଳ ହେଉଛି ଅତ୍ୟନ୍ତ ଶୃଙ୍ଖଳିତ। ବିଶୃଙ୍ଖଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। କିନ୍ତୁ ବିଶୃଙ୍ଖଳିତ କିମ୍ବା ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ପ୍ରକାରେ କ୍ଷମା କରାଯିବ ନାହିଁ ବୋଲି ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶା ପୋଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଘର କର୍ମକର୍ତ୍ତା ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ପୋଲିସର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କନଷ୍ଟେବଳ ମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକେଲ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ଅତିରିକ୍ତ CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ଵରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରବଧାନ କରାଯାଇଛି, ଯେଉଁଥିରେ ୬୪୯ ଗୋଟି ଉତ୍କୃଷ୍ଟ ଯାନ ପୋଲିସକୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ ଯୋଗ ଦେଇ ପୋଲିସର ଉତ୍ସର୍ଗୀକୃତ ମନୋଭାବ, ଲୋକଙ୍କ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ସାଲୁଟ କରୁଛି ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀ ମାନଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଗୁଣାତ୍ମକ ପୋଲିସ ସେବା ଯୋଗାଇ ଦେବା ଆମର ପ୍ରାଥମିକ କର୍ତବ୍ୟ ହେବା ଉଚିତ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ। “ସେବା ଓ ସୁରକ୍ଷା” ସ୍ଲୋଗାନ କୁ ପାଥେୟ କରି ସମସ୍ତେ ମିଳିମିଶି , ଓଡିଶା ପୋଲିସ କୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଆହ୍ଵାନ ଦେଇଥିଲେ। ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ ର ସଭାପତି, ଶ୍ରୀ ଅନିଲ କୁମାର ଷଣ୍ଢ, ଉପସଭାପତି, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ, ଶ୍ରୀ କିଶୋର କୁମାର ମହାନ୍ତି ସମେତ ଅନ୍ଯାନ୍ଯ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026