କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ପାଞ୍ଚ ଜଣ ରେଳ କର୍ମଚାରୀ ପୁରସ୍କୃତ

୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱା, କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ଏବଂ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ଉପରେ ପ୍ରଘାଡ ଜ୍ଞାନ ଥିବା ପାଇଁ,, ପାଞ୍ଚ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି । ଶ୍ରୀ ନମୋ ନାରାୟଣ ମୀନା,ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସମ୍ବର୍ଧନା ସଭାରେ ଉପସ୍ଥିତ ଥିଲେ।

ପାଞ୍ଚ ଜଣ ରେଳ କର୍ମଚାରୀ ହେଲେ, ଶ୍ରୀ ସୁଧାଂଶୁ ଶେଖର ପ୍ରଧାନ,ଗେଟ୍ ମ୍ୟାନ୍ କଟକ,ଶ୍ରୀ ସନାତନ ବେହେରା ଜୁନିଅର୍ ଇଞ୍ଜିନିୟର/ବିଦ୍ୟୁତ୍ ବିଭାଗ/କଟକ, ଶ୍ରୀ ମଧୁ ସୁଦନ ଧୀବର ଟ୍ରାକ୍ ମେଣ୍ଟେନର/ହରିଚନ୍ଦନପୁର, ଶ୍ରୀ ସ୍ମୃତି ରଞ୍ଜନ ଦାସ, ୱେଲ୍ଡର,ଭଦ୍ରକ ଏବଂ ଶ୍ରୀ ବିରେନ୍ଦ୍ର ସିଂ, ଟେକ୍ନିସିଆନ୍,ଭଦ୍ରକ।

ଶ୍ରୀ ସୁଧାଂଶୁ ଶେଖର ପ୍ରଧାନ ଗେଟ୍ ମ୍ୟାନ୍, କଟକ,ଏକ ଗୁଡ୍ସ ଟ୍ରେନର,ଗୋଟିଏ ୱାଗନରେ ହଟ୍ ଏକ୍ସଲ୍ କୁ ଲକ୍ଷ୍ୟ କରି ତୁରନ୍ତ ରାହାମା ଷ୍ଟେସନର,ଅନ-ଡ୍ୟୁଟି ଷ୍ଟେସନ ମାଷ୍ଟର ଙ୍କୁ ସୂଚନା ଦେଇଥିଲେ ଏବଂ ତୁରନ୍ତ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିଲା।

ଶ୍ରୀ ସନାତନ ବେହେରା ଜୁନିଅର୍ ଇଞ୍ଜିନିୟର/ବିଦ୍ୟୁତ୍ ବିଭାଗ/କଟକ, ନିରଗୁଣ୍ଡି ୟାର୍ଡରେ କାର୍ଯ୍ୟ କରିବା ସହିତ, ନିର୍ଗୁଣ୍ଡି ଷ୍ଟେସନ ଦେଇ ଯାଉଥିବା ଏକ ଗୁଡ୍ସ ଟ୍ରେନର ଧୂଆଁ ସହିତ ହଟ୍ ଏକ୍ସଲକୁ ଚିହ୍ନଟ କରିଥିଲେ ଏବଂ ଆବଶ୍ୟକ ପରୀକ୍ଷା ପାଇଁ ସେ ତୁରନ୍ତ ନିର୍ଗୁଣ୍ଡି ଷ୍ଟେସନ ଅଧୀକ୍ଷକଙ୍କୁ ଜଣାଇଥିଲେ।

ସେମାନଙ୍କର ତ୍ୱରିତ କାର୍ଯ୍ୟ କଳାପ,ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶ୍ରୀ ମଧୁ ସୁଦନ ଧୀବର ଟ୍ରାକ୍ ମେଣ୍ଟେନର/ହରିଚନ୍ଦନପୁର, ଡିଭିଜନାଲ ସେଫ୍ଟି ଅଡିଟ୍ ଯାଞ୍ଚ ସମୟରେ,୧୦୦% ଅକ୍ଷୁର୍ଣ୍ଣ ଫିଟିଙ୍ଗ୍ ସହିତ ୟାର୍ଡରେ ରକ୍ଷଣା ବେକ୍ଷଣରେ ନିଜର କର୍ତ୍ତବ୍ୟ ପାଳନ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଘାଡ ଜ୍ଞାନ ରଖିଥିଲେ।

ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଉପରେ କେନ୍ଦୁଆପଦା ରେଲୱେ ଷ୍ଟେସନରେ କରାଯାଇଥିବା ମକ୍ ଡ୍ରିଲ୍ ସମୟରେ ଉଦ୍ଧାର କାର୍ଯ୍ୟରେ ସେମାନଙ୍କର ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ,ଶ୍ରୀ ସ୍ମୃତି ରଞ୍ଜନ ଦାସ, ୱେଲ୍ଡର/ ଭଦ୍ରକ ଏବଂ ଶ୍ରୀ ବିରେନ୍ଦ୍ର ସିଂ, ଟେକ୍ନିଶିଆନ/ଭଦ୍ରକଙ୍କୁ ସମ୍ମାନିତ କରାଯାଇଥିଲା ।

Exit mobile version