୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ନିଷ୍ପତ୍ତି କ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନ ଙ୍କୁ ନେଇଁ ଫୁଲବାଣୀ ସହରର ଦେବ୍ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା l ଏହି ବୈଠକରେ ପ୍ରଥମେ କନ୍ଧମାଳ ଜିଲ୍ଲା ର ଇଷ୍ଟଦେବୀ ମାଁ ବରାଳ ଦେବୀଙ୍କ ଫଟୋ ଚିତ୍ରରଖି ବୈଠକରେ ଉପସ୍ଥିତ ମୂଖ୍ୟ ଅତିଥି ଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇଥିଲା l ତା ସହିତ ବୈଠକରେ ଉପସ୍ଥିତ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଆଇନ୍ ପରାମର୍ଶ ଦାତା ତଥା ବରିଷ୍ଠ ବିଜେପି ନେତା ଆଇନ୍ ଜୀବି ଶ୍ରୀ ଯୁକ୍ତ ଭଗବାନ ମହାନ୍ତି ଯୋଗଦେଇଥିଲେ l

