Home ଓଡ଼ିଶା ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପୁରୀ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ପାଇଁ ଏନ୍ ସି ଇ ଆର୍ ଟି ପକ୍ଷରୁ ମୁଖ୍ୟ ବିଷୟବସ୍ତୁ ଭାବେ “ପୋଷଣୀୟ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା” ଓ ସାତ ଗୋଟି ଉପ ବିଷୟବସ୍ତୁ ଯଥା – ଖାଦ୍ୟ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା , ପରିବହନ ଓ ଯୋଗାଯୋଗ , ପ୍ରାକୃତିକ କୃଷି ପ୍ରଣାଳୀ, ବିପର୍ଯ୍ୟୟ ପରିଚାଳନା, ଗାଣିତିକ ମଡେଲିଂ ଓ ଗଣନାକାରୀ ଚିନ୍ତାଧାରା, ବର୍ଜ୍ୟବସ୍ତୁ ପରିଚାଳନା ଓ ସମ୍ବଳ ପରିଚାଳନା ଇତ୍ୟାଦି ବିଷୟରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ମଣ୍ଡଳରେ ଏହା ପୂର୍ବରୁ ବିଭିନ୍ନ ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା ଆୟୋଜନ କରାଯାଇ ଅଂଶଗ୍ରହଣ କରିଥିବା ୧୩୫୦ ଗୋଟି ବିଦ୍ୟାଳୟ ମାନଙ୍କରୁ ସମୁଦାୟ ୧୬୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ଏହି ସାତଗୋଟି ଉପ ବିଷୟବସ୍ତୁକୁ ଆଧାର କରି ପ୍ରତ୍ୟେକ ବ୍ଲକରୁ ଯେ ସାତୋଟି କରି ପୁରୀର ୧୧ ଟି ବ୍ଲକରୁ ସମୁଦାୟ ୭୭ ଗୋଟି ପ୍ରକଳ୍ପ ଏହି ପ୍ରଦର୍ଶନୀରେ ପ୍ର ତତେ ପହୋଇଥିଲା । ଏହି ସମାରୋହରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପିପିଲି, ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ପିଲା ଦିନରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ନିଜ ନିଜର ଚେଷ୍ଟା ଜାରି ରଖିଲେ ଭବିଷ୍ୟତରେ ନିଶ୍ଚିତଭାବେ ସଫଳ ବୈଜ୍ଞାନିକ ଭାବେ ପରିଣତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ, ସତ୍ୟବାଦୀ ଓମ୍ ପ୍ରକାଶ ମିଶ୍ର ନିଜର ଓଜସ୍ବୀ ବକ୍ତବ୍ୟ ମାଧ୍ୟମରେ କୁନି କୁନି ବୈଜ୍ଞାନିକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ, ପୁରୀ ସଦର, ସୁନୀଲ କୁମାର ମହାନ୍ତି , ଓଡ଼ିଶା ନିର୍ଦ୍ଦେଶାଳୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ହିମାଂଶୁ ଭୂଷଣ ସମରଥ ପୁରୀ ସଦର ବି ଇ ଓ ପ୍ରମୋଦ କୁମାର କର ଓ ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ଶିବରାମ ମିଶ୍ର ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ମଧ୍ୟାହ୍ନ ସମୟରେ ଶିକ୍ଷକ ପ୍ରତାପ କୁମାର ରାଉତ ଓ ପ୍ରଦୀପ୍ତ କୁମାର ସ୍ବାଇଁ ବିଜ୍ଞାନ କୁଇଜ୍ ପରିଚାଳନା କରିଥିଲେ । ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ , ପୁରୀ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ଜିଜ୍ଞାସା ଭାବ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ କରାଇବା ସହ ନୂତନ ଅନୁସନ୍ଧାନ କରିବାରେ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା,ଗୋପ ବି ଇ ଓ ସୁଶୀଲ କୁମାର ବ୍ରହ୍ମା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଭିତ୍ତିକ ପ୍ରେରଣା ପ୍ରଦାନ କରିଥିଲେ । ତତ୍ ଉଭୟ ବାର୍ଷିକ ବିବରଣୀ ଓ ପ୍ରଦର୍ଶନୀ ବିବରଣୀ ଦୁଇଟିକୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ଚୈ।ଧୁରୀ ପାଠ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଉଭୟ ଅଧିବେଶନରେ ସଭାପତିତ୍ବ କରିଥିଲେ ଓ ତାଙ୍କର ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ ପରିଚାଳିତ ହୋଇଥିଲା । ପୁରୀ ଜିଲ୍ଲାର ପ୍ରାୟ ୫୦ ରୁ ଊର୍ଦ୍ଧ୍ବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେଉଁମାନେ କି ନିଜ ନିଜର ବିଦ୍ୟାଳୟ ମାନଙ୍କରେ ସ୍ବତନ୍ତ୍ର ଭାବେ ବିଦ୍ୟାଳୟ ସ୍ତରୀୟ ପ୍ରଦର୍ଶନୀ ଆୟୋଜକ କରିଥିଲେ, ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ କରି ଆୟୋଜନ କରାଯାଇଥିବା ସ୍ଥାନୀୟ ଅଂଚଳର କଳା ସଂସ୍କୃତି,ଆର୍ଟ ଓ କ୍ରାପ୍ଟ ପ୍ରଦର୍ଶନୀ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ଥିଲା ।ଏହି ପ୍ରଦର୍ଶନୀରେ ” ଭାଗବତ ଟୁଙ୍ଗି ‘ ପ୍ରଦର୍ଶନ କରି ଅତିବଡ଼ି ଜଗନ୍ନାଥ ଦାସ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅଂଶଗ୍ରହଣ କରିଥିବା ସମୁଦାୟ ୭୭ ଟି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ସାତୋଟି ଉପ ବିଭାଗରୁ “ପୁରୀ ଜିଲ୍ଲା ସ୍କୁଲ୍, ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ଓ ଏ ଭି ନିମାପଡ଼ା, ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାଙ୍ଗୁରିଗାଁ, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ,ଗୋପ ” ଏହି ସାତଗୋଟି ବିଦ୍ୟାଳୟର ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲା । ଶିବରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଅଳକାନନ୍ଦା ମଞ୍ଚ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026