୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପତଞ୍ଜଳି ଯୋଗପରିବାର ବାଙ୍କୀ ତହସିଲ ପକ୍ଷରୁ ଆଜି ରଗଡି ବୌଦ୍ଧ ବିହାର ଠାରେ ଏକ ଯୋଗଶିବିର ଅନୁଷ୍ଠିତ ହୋଇଥିଲା । ଏଠାରେ ବାଙ୍କୀ ତହସିଲର ଯୁବ ପ୍ରଭାରୀ ବିଚିତ୍ର କୁମାର ସାହୁ ବିଶ୍ୱ ଯୋଗଗୁରୁ ବାବା ରାମଦେବଜୀଙ୍କ ଆଶୀର୍ବାଦ ଗ୍ରହଣ କରି ମୁଖ୍ୟ ଯୋଗ ଶିକ୍ଷକ ଭାବରେ କାର୍ଯ୍ୟ ସମାପ୍ତ କରି ଫେରିଛନ୍ତି । ଏହି ଅବସରରେ ରଗଡି ବୌଦ୍ଧ ମନ୍ଦିର ଠାରେ ଓଡ଼ିଶାର ସହ ରାଜ୍ୟ ପ୍ରଭାରୀ ସୁନୀଲ୍ ଶର୍ମାଜୀ ବିଚିତ୍ର କୁମାର ସାହୁଙ୍କୁ ସମ୍ମାନିତ କରିବା ସହିତ ୪୩ତମ ଓଡ଼ିଶା ଯୋଗ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମହେଶ୍ୱର ମହାପାତ୍ର, ବିଷ୍ଣୁଚନ୍ଦ୍ର ପିରୋଇ ଏବଂ ବୌଦ୍ଧ ମନ୍ଦିର ସଭାପତି କୁଳମଣି ମହାପାତ୍ର, ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ସଂଜୟ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଏହା ସହିତ ଶାରୀରିକ ବ୍ୟାୟାମ ସମେତ ଯୋଗ ମାଧ୍ୟମରେ କିପରି ପ୍ରତ୍ୟେକ ରୋଗକୁ ରୋକାଯାଇ ପାରିବ ସେଠାରେ ଅଭ୍ୟାସ କରାଯାଇଥିଲା । ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ବାଙ୍କୀ ମିରର ର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । ଶେଷରେ ଶୁଭଶ୍ରୀ ଯୋଗ ଫାଉଣ୍ଡେସନର ଛାତ୍ରଛାତ୍ରୀମାନେ ଏକ ଗ୍ରୁପର ଯୋଗ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପତଞ୍ଜଳି ଯୋଗସମିତିର ସଭାପତି ଶିଶିର କୁମାର ଜେନା, କଟକ ଜିଲ୍ଲା ଭାରତ ସ୍ୱାଭୀମାନର ସହ ପ୍ରଭାରୀ ଆଶିଷ ହାଲଦାର, ବାଙ୍କୀ ତହସିଲ ପତଞ୍ଜଳି ପରିବାର ର ଯୁବପ୍ରଭାରୀ ବିଚିତ୍ର କୁମାର ସାହୁ, ବାଙ୍କୀ ତହସିଲର ଭାରତ ସ୍ୱାଭୀମାନ ପ୍ରଭାରୀ ବିପିନି ବିହାରୀ ସ୍ୱାଇଁ ଓ ପତଞ୍ଜଳି ପରିବାରର କିଷାନ ପ୍ରଭାରୀ ଜ୍ୟୋତିପ୍ରକାଶ ପାଢୀ ଓ ବାଙ୍କୀ ପତଞ୍ଜଳି ଯୋଗସମିତିର ତହସିଲ ପ୍ରଭାରୀ ପ୍ରେମାନନ୍ଦ ନାଥ ପ୍ରମୁଖ ଯୋଗଦେଇତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

