୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶପଙ୍ଗି ଗ୍ରାମର ପ୍ରସିଦ୍ଧ ଅନାହତ ଗୁମ୍ଫା ଠାରେ ମା’ଭୂମାଦେବୀଙ୍କ ପୀଠରେ ୧୭ତମ ଅଖଣ୍ଡ ଚେତନା ଧ୍ୱନୀ ଯଜ୍ଞ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଏହି ଉତ୍ସବ ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟଙ୍କ ତତ୍ତ୍ୱାବଦାନରେ ଭଜନ, ସଂକୀର୍ତ୍ତନ ଓ ହୋମଯଜ୍ଞ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।
