Home ଓଡ଼ିଶା ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ କୁ ଯାଇ କ୍ୟାନ୍ସର ରୋଗୀ ଙ୍କୁ ପ୍ଲେଟଲଟ ପ୍ରଦାନ କରିଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- କ୍ୟାପିଟାଲ ହସପିଟାଲ ରେ କ୍ୟାନ୍ସର ରୋଗ ରେ ପୀଡ଼ିତ ଜଣେ ରୋଗୀ ଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କର ଜରୁରୀ କାଳୀନ AB+ve ପ୍ଲେଟଲେଟ ର ଆବଶ୍ୟକ ହୋଇଥିଲା ଅନେକ ଚେଷ୍ଟା କରି ବିଫଳ ହେବା ରୁ ସେମାନେ ଭୁବନେଶ୍ୱର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶନ ରକ୍ତଦାନ ର ସଦସ୍ୟ ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇଙ୍କୁ SDP ସଂଗ୍ରହ ପାଇଁ ଅନୁରୋଧ କରିଥିଲେ । ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇ ବାରିପଦା ର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡଃ ନିରୋଜ କୁମାର ପୋଥାଳ ଙ୍କୁ ଯୋଗାଯୋଗ କରିଥିଲେ । ଜରୁରୀ କାଳୀନ SDP( ପ୍ଲେଟଲେଟ ) ର ଆବଶ୍ୟକତା ଜାଣିବା ପରେ ଡଃ ନିରୋଜ କୁମାର ପୋଥାଳ ଅବିଳମ୍ବେ ବାରିପଦା ରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ ମେଡିକାଲ କୁ ଯାଇ ନିଜର SDP ( ପ୍ଲେଟଲେଟ ) କ୍ୟାନ୍ସର ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ । ଏହି SDP ( ପ୍ଲେଟଲେଟ ) ସଂଗ୍ରହ ରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ସେଣ୍ଟର୍ ର ଗଣେଶ୍ୱର ମହାରଣା ଓ ପାର୍ଥ ଦାସ ସହଯୋଗ କରିଥିଲେ । ଏହି ମହାନ ସେବାକାର୍ଯ୍ୟ ପାଇଁ ଡଃ ନିରୋଜ ଙ୍କୁ ଭୁବନେଶ୍ୱର ଓ ମୟୂରଭଞ୍ଜ ର ବିଭିନ୍ନ ଅନୁଷ୍ଠାନ ତରଫ ରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି । ଏହା ପୂର୍ବ ରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ ପୋଥାଳ ବାରିପଦା ରୁ ଭୁବନେଶ୍ୱର ଓ କଟକ କୁ ଯାଇ ଡେଙ୍ଗୁ ଓ କେନ୍ସର ରୋଗୀ ଙ୍କୁ ନିଜର ପ୍ଲେଟଲେଟ ପ୍ରଦାନ କରି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୨୧ ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟ ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହି ମହାନ ବ୍ୟକ୍ତିଙ୍କ ର ମହାନତା ଓ ତାଙ୍କ ସେବା ଆଜି ସାରା ଭାରତବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି। ଯାହାଙ୍କ ଦ୍ଵାରା ହଜାର ହଜାର ମଣିଷର ଜୀବନ ବଞ୍ଚିପାରୁଛି। ସତରେ ସିଏ ଜଣେ ଦେବଦୁତ । ତାଙ୍କ ସେବାଯୁଗେ ଯୁଗେ ଆମର ହୋଇ ରହିବ, ତାଙ୍କ ଏହି ମହାନତା ପାଇଁ ମୟୂରଭଞ୍ଜ ତଥା ଓଡ଼ିଶା ତଥା ଭାରତବର୍ଷର ପ୍ରତ୍ୟେକ କଣ ଅନୁକୋଣରୁ ପ୍ରସଂସାର, ସୁଅ ଛୁଟୁଛି ଏବଂ ଭାରତରତ୍ନ ସମ୍ମାନରେ ସମ୍ମାନି କରିବାପାଇଁ ଦାବୀ ହେଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026