୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲାରେ ନୁଆଗଡ ସଦର ମହକୁମା ସ୍ତିତ ମିନି ଷ୍ଟାଡିୟମରେ ମହୋତ୍ସବ ଦୁଇ ଦିନ ଧର ହେବାକୁ ଥିବା ପଞ୍ଚାୟତ ସମିତିସ୍ତରୀୟ ରଷିଶୃଙ୍ଗ ମହୋତ୍ସବ ଉଦଘାଟନ ହୋଇଯାଇଛି । ଶୁକ୍ରବାର ହେଉଛି ଦ୍ବତୀୟ ଦିବସର ଉଦଯାପନୀ ଉତ୍ସବ । ପ୍ରଥମ ଦିନରେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ବ୍ଳକ କାର୍ଯ୍ୟାଳୟରୁ ଧରି ଶୋଭାଯାତ୍ରାରେ ବାହାରି ବହୁ ଆଡମ୍ବର ସହକାରେ ଉତ୍ସବସ୍ଥଳକୁ ବା ମିନି ଷ୍ଟାଡିୟମ ନିଆଯାଇଥିଲା ।

