Home ଓଡ଼ିଶା ସିମେଣ୍ଟ ପିଲରକୁ ପିଟିଲା ବାଇକ,ଜଣେ ମୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସଦର ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ବାଡାଗାଣ୍ଡା ଗ୍ରାମର ରାମଚନ୍ଦ୍ର ଦିଗାଲ(୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରାମ ଆଜି ଅପରାହ୍ନ ପ୍ରାୟ ୫ ଟା ବେଳେ ଏକ ବାଇକ( ଓଡି ୦୨ ବିକେ ୮୭୧୫)ଯୋଗେ ନିଜ ଗ୍ରାମରୁ ସଦର ବ୍ଲକ ମିଣିଆରେ ଥିବା ତାଙ୍କ ଶ୍ବଶୁର ଘରକୁ ଯାଉଥିଲେ। ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ପୋତା ଯାଇଥିବା ଏକ ସିମେଣ୍ଟ ପିଲରରେ ବାଡେଇ ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ସୂଚନା ଦେବାରେ ସଦର ଥାନା ଏସ ଆଇ ସମ୍ବିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ପରିବାର ଲୋକେ ମେଡିକାଲରେ ପହଞ୍ଚି ପୁଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ଓ ସଦର ଥାନା ଅଧିକାରୀ ଶାନ୍ତନୁ କୁମାର ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ତଦନ୍ତ ଜାରୀ ଥିବା କହିଛନ୍ତି ଏସ ଆଇ ବେହେରା। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026 କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ by Proprietor Abhimanyu Maharana September 29, 2026 ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ by Proprietor Abhimanyu Maharana September 29, 2026