୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ଗୋପ ଶିଶୁ ମନ୍ଦିରରେ ସଙ୍କୁଳ ସ୍ତରୀୟ କ୍ରୀଡା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସାତଟି ବିଦ୍ୟାଳୟ(ନିମାପଡ଼ା, କୋଣାର୍କ, ବଦଳା ଶାସନ,ଗୋପ,ବଳଙ୍ଗା,ଜାଉଁଳିପୋଖରୀ ଓ ବନମାଳୀପୁର)ର 168 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ପ୍ରାରମ୍ଭରେ ସମସ୍ତ କ୍ରୀଡାବିତ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇ ବୃତ୍ତ ପଠନ କରାଯାଇଥିଲା ।
ଶିଶୁ, ବାଲ ଓ କିଶୋର ବର୍ଗର ମୋଟ 48 ପ୍ରକାରର ପ୍ରତିଯୋଗିତା ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଭାବେ ସୁଶାନ୍ତ ସ୍ବାଇଁ ଓ ଆର୍ମି ଅଫିସର ପଞ୍ଚାନନ ମହାରଣା ସମାରୋହ ଟି କୁ ଉଦ୍ଘାଟନ କରିଥିଲେ ।
ଉଦଯାପନ କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଚିତ୍ତରଞ୍ଜନ ସାହୁ ତଥା ଅନ୍ୟତମ ମୁଖ୍ୟ ଅତିଥି ଗୋପ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖୋଟାଇ । ସମ୍ନାନିୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ବାବୁଲି ମହାପାତ୍ର ଯୋଗ ଦେଇଥିଲେ । ପରିଶେଷରେ କ୍ରୀଡାବିତ୍ ମାନଙ୍କ ଉଜ୍ଜଳ ଭବିଷତ୍ୟ କାମନା କରି ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ଉତ୍ସବ ଟି କୁ ସାତଜଣ ପ୍ରଧାନ ଆଚାର୍ଯ୍ୟ, ଗୁରୁମା,ଗୁରୁଜୀ ମାନେ ପରିଚାଳନା କରିଥିଲେ ।
