Home ଓଡ଼ିଶା ପୋଖରୀରେ ବୁଡ଼ି ନାବାଳକ ଅନିମେଶର ମୃତ୍ୟୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସରକାରୀ ଆକସ୍ମିକ ବୀମା ଦୃଘଟଣା ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉ ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ଥାନା ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର କବିରାଜ ବିଶ୍ୱାଳଙ୍କ ନାବାଳକ ଏକମାତ୍ର ପୁତ୍ର ଅନିମେଶ ବିଶ୍ୱାଳ (11)ବର୍ଷ ରବିବାର ଦିନ ଅପରାହ୍ନ 5ଟା ସମୟରେ ନୂଆ ପୋଖରୀରେ ବୁଡ଼ି ମୄର୍ତ୍ୟୁ ବରଣ କରି ଅଛି l ଘଟଣାରୁ ପ୍ରକାଶ ଯେ କବିରାଜ ବିଶ୍ୱାଳଙ୍କ ପୁତ୍ର ଅନିବେଶ ବିଶ୍ୱାଳ ପଦାରେ ଝାଡା ଫେରି ଟାଙ୍ଗୀସାହି ଗ୍ରାମର ବାରିପଟେ ଥିବା ନୂଆ ପୋଖରୀକୁ ଶୌଚ ହେବାପାଇଁ ଦାଦା ପୁଅ ସହିତ ଯାଇଥିଲା l ଦାଦା ପୁଅଟି ପୋଖରୀ ହୁଡାରେ ଛିଡା ହୋଇଥିବା ବେଳେ ଅନିମେଶ ପୋଖରୀ ପାଣିରେ ଶୌଚ ହେଉଥିଲା l ଅସାବଧାନତା ଯୋଗୁଁ ଅନିମେଶର ଗୋଡ଼ ପୋଖରୀ ଭିତରକୁ ଖସି ଯିବାରୁ ସେ ଗଭୀର ପାଣିଭିତରକୁ ଚାଲିଯାଇଥିଲା l ପୋଖରୀ ହୁଡାରେ ଛିଡା ହୋଇଥିବା ତାର ଦାଦା ପୁଅ ଏହା ଦେଖି ସଙ୍ଗେ ସଙ୍ଗେ ଦୌଡ଼ିଯାଇ ଘରେ ଖବର ଦେଇଥିଲା l ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀମାନେ ମିଳିତ ଭାବେ ପୋଖରୀ ପାଣିଭିତରେ ଅନିମେଶକୁ ଖୋଜିଥିଲେ l ପରିବାର ବର୍ଗ ପାଣିଭିତରୁ ଅନିମେଶକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆଶୁ ଚିକିତ୍ସା ନିମନ୍ତେ ବୋଲଗଡ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ l ଡାକ୍ତର ସେଠାରେ ଅନିମେଶକୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ l ଅନିମେଶର ମୃତ୍ୟୁ ଖବର ତାର ବାପା କବିରାଜ ବିଶ୍ୱାଳ ବୋଲଗଡ ଥାନାରେ ଲିଖିତ ଭାବେ ଜଣାଇ ଅଛନ୍ତି l ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ନାବାଳକ ଶବକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ସରକାରୀ ଗୋପବନ୍ଧୁ ଚିକିତ୍ସାଳୟକୁ ପଠାଇ ଅଛନ୍ତି l ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳରାଣା ମୃତ ନାବାଳକ ଅନିମେଶ ବିଶ୍ୱାଳର ବାପା କବିରାଜ ବିଶ୍ୱାଳଙ୍କୁ ଆକସ୍ମିକ ବୀମା ଦୃଘଟଣା ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଟାଙ୍ଗୀସାହି ଗ୍ରାମବାସୀମାନେ ଅନୁରୋଧ କରିଅଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026