Home ଓଡ଼ିଶା ସଦାଶିବ ସ୍ମାରକୀ ମେମୋରିଆଲ କ୍ରିକେଟ କପ୍ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏମ୍.ଏମ୍.ସି.ସି.ସମ୍ବଲପୁର ଚମ୍ପିଅନ ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :- ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମର ନାଲିସାଗର ଖେଳପଡ଼ିଆରେ ରବିବାର ଦିନ ଫତେଗଡ଼ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ସର୍ବଭାରତୀୟ ୧୫ ତମ ସଦାଶିବ ସ୍ମାରକୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଏମ୍.ଏମ୍.ସି.ସି. ସମ୍ବଲପୁର ଟିମ ଚାମ୍ପିୟନ ହୋଇଛି । ଏହି ଫାଇନାଲ ଖେଳରେ ନାଗସିପ୍ ଚମ୍ପିୟାନ,ଭାଇଜାଗ ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିଥିଲା ଜବାବରେ ଏମ୍.ଏମ୍.ସି.ସି. ସମ୍ବଲପୁର ଟିମ୍ ୩ ୱିକେଟ ବିନିମୟରେ ମାତ୍ର ୧୨.୨ ଓଭର ରେ ୧୫୧ ରନ୍ କରି ଆକ୍ରମଣlତ୍ମକବ୍ୟାଟିଂ କରି ୭ ୱିକେଟରେ ସଦାଶିବ ସ୍ମାରକୀ କ୍ରିକେଟ କପକୁ କରାୟତ କରିନେଇଥିଲା । ବିଜୟୀ ଦଳର ଅରୁଣ ଚପ୍ରାନା ୨୨ବଳରୁ ୩୩ରନ ଓ ୨ ୱିକେଟଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଭାଇଜାଗ ଦଳର ସାନଵୋଇନ ତରୁଣଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଏହି କ୍ରିକେଟ ମହାକୁମ୍ଭ ମେଳାରେ ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ,ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ କୁମାର ବେହେରା, ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଖଣ୍ଡପଡା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ. ସମାଜସେବୀ ଶୁଶାନ୍ତ ମିଶ୍ର,,ରାଜ୍ୟର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ, ନାଟ୍ୟ ଜଗତର ଖଳନାୟକ ଦଇତାରୀ ପଣ୍ଡା, ଜଗା ପଣ୍ଡା,ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ସୁଭାସିସ୍ ମିଶ୍ର,ଅଭିନେତ୍ରୀ ଲିପି ମହାପାତ୍ର, ଭାପୁର ବ୍ଲକ ଉପାଧ୍ୟାକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନଙ୍କ ଠାରୁ ଚମ୍ପିୟାନ ସମ୍ବଲପୁର ଦଳ ୧.୫ ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ଭାଇଯାଗ ରନର୍ସ ଅଫ ଦଳକୁ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କ୍ରିକେଟ ମ୍ୟାଚରେ ଭାଷ୍ୟକାର ଭାବେ ବୁବୁ ସିଂହ୍ନl, ଜନ୍ମେଜୟ ଦଳାଇ,ସ୍କୋରର ଭାବେ ପବିତ୍ର କୁମାର ସାହୁ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲେ l ଆଜିର ଏହି ସର୍ବ ଭାରତୀୟ ଫାଇନାଲ କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ୨୦ହଜାରରୁ ଉର୍ଦ୍ଧ କ୍ରୀଡ଼ାପ୍ରେମୀଙ୍କ ସମାଗମ ଦେଖିବାକୁ ମିଳିଥିଲା l Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026